“ଗଣତନ୍ତ୍ର ଦିବସ ଆମର ସ୍ୱାଧୀନତା, ସମ୍ବିଧାନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ଶକ୍ତିଶାଳୀ ପ୍ରତୀକ: ମୋଦୀ
ନୂଆଦିଲ୍ଲୀ : ସାରା ଦେଶରେ ୭୭ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ରାଜଧାନୀ ଦିଲ୍ଲୀର ଜାତୀୟ ପଥରେ ଆଜି ପରେଡ୍ ପାଇଁ ପ୍ରସ୍ତୁତି ସହିତ ଅପରେସନ୍ ସିନ୍ଦୂର ଥିମ୍ ଉପରେ ଏକ ବିଶେଷ ପରେଡ୍ ପାଇଁ ପ୍ରସ୍ତୁତି ଚାଲିଛି । ଯାହାର ଝଲକ ଦେଖିବାକୁ ମିଳିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରୀ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ,”ଗଣତନ୍ତ୍ର ଦିବସର ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ । ଏହି ଦିବସ ଭାରତର ଗର୍ବ ଏବଂ ଗୌରବର ପ୍ରତୀକ । ଏହି ଜାତୀୟ ପର୍ବ ଆପଣମାନଙ୍କ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହ ସଞ୍ଚାର କରୁ । ମୁଁ କାମନା କରୁଛି ଯେ ଏକ ବିକଶିତ ଭାରତ ପାଇଁ ସଂକଳ୍ପ ଆହୁରି ଦୃଢ଼ ହେଉ ।’’ ସେ ଆହୁରି କହିଛନ୍ତି, “ଗଣତନ୍ତ୍ର ଦିବସ ଆମର ସ୍ୱାଧୀନତା, ସମ୍ବିଧାନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ଶକ୍ତିଶାଳୀ ପ୍ରତୀକ । ଏହି ପର୍ବ ଆମକୁ ଏକ ରାଷ୍ଟ୍ର ଗଠନର ସଂକଳ୍ପ ସହିତ ଏକତ୍ରିତ ହୋଇ ଆଗକୁ ବଢ଼ିବା ପାଇଁ ନୂତନ ଶକ୍ତି ଏବଂ ପ୍ରେରଣା ଦିଏ ।”
Powered by Froala Editor