ଚତୁର୍ଥ ପର୍ୟ୍ୟାୟ ସେରୋ ସର୍ଭେ ରିପୋର୍ଟ ପ୍ରକାଶ
ଭୁବନେଶ୍ୱର:ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଚତୁର୍ଥ ପର୍ୟ୍ୟାୟ ସେରୋ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ମୁତାବକ ଓଡିଶାରେ ଗୋଷ୍ଠି ଆଣ୍ଟିବଡି ୬୫.୧୨ ପ୍ରତିଶତ ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ମଧ୍ୟରେ ୮୫ ପ୍ରତିଶତ ବିକଶିତ ହୋଇଥିବା ଜଣା ପଡିଛି । ଏହି ଚତୁର୍ଥ ପର୍ୟ୍ୟାୟ ସେରୋ ସର୍ଭେ ଜୁନ୍ ୧୬ରୁ ୨୦ ମଧ୍ୟରେ କରାଯାଇଥିଲା । ଏଥିପାଇଁ ୧୨୩୦ ଜଣଙ୍କର ସାମ୍ପୁଲ କମ୍ୟୁନିଟିରୁ ନିଆଯାଇଥିଲା ବେଳେ ୩୮୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କର ସାମ୍ପୁଲ ସଂଗ୍ରହ କରାଯାଇଥିଲା । ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣକୁ ଆସୁଥିବା ଲକ୍ଷ୍ୟ କରାଯାଉଥିବା ବେଳେ ଆଗକୁ ଆଶଙ୍କା କରାଯାଉଥିବା ତୃତୀୟ ଲହର ମୁକାବିଲା ପାଇଁ ଏହି ସେରୋ ସର୍ଭେ ସହାୟକ ହେବ ବୋଲି ଆକଳନ କରାଯାଉଛି ।
ରାଜ୍ୟର ଗଞ୍ଜାମ,କୋରାପୁଟ,ରାୟଗଡା ଜିଲ୍ଲାରେ ଏହି ସେରୋ ସର୍ଭେ କରାଯାଇଥିଲା । ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯ ଅଣ୍ଟିବଡି ବିକଶିତ ହୋଇଥିବା ବେଳେ ଏହା ପଛକୁ ରାୟଗଡା ୬୩ ଏବଂ କୋରାପୁଟ ୬୧.୩ ପ୍ରତିଶତ । ତେବେ ଏକ ଗୁରୁତ୍ୱପୁର୍ଣ୍ଣ ସୂଚନା ମୁତାବକ ୪୫ ବର୍ଷରୁ ଉର୍ଦ୍ଦ ବ୍ୟକ୍ତିଙ୍କର ସର୍ବାଧିକ ୮୦ ରୁ ୮୫ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଥିବା ଏହି ରିପୋର୍ଟରୁ ଜଣା ପଡିଛି । ତେବେ ତୃତୀୟ ଲହର ସମୟରେ ଶିଶୁ ମାନେ ସବୁଠୁ ବେଶି ପ୍ରଭାବିତ ହେବାର ଆଶଙ୍କା କରାଯାଉଥିବା ବେଳେ ୬ ରୁ ୯ ବର୍ଷ ଏବଂ ୧୦ ରୁ ୧୭ ବର୍ଷ ମାନଙ୍କ ଭିତରେ ସବୁଠୁ କମ୍ ୫୦ ରୁ ୫୫ ପ୍ରତିଶତ ରିହିଛି । ତେବେ ୧୮ ରୁ ୪୪ ବର୍ଷ ମାନଙ୍କ ମଧ୍ୟରେ ୫୦ ପ୍ରତିଶତ ପାଖାପାଖି ଅଣ୍ଟିବଡି ବିକଶିତ ହୋଇଛି ।
Powered by Froala Editor