ଉତ୍ତରଭାରତରେ ମାଇନସ୍ ୧୯ ଡିଗ୍ରୀ, ବରଫ ପାଲଟିଲା ପାଇପ୍ ପାଣି
ଉତ୍ତର ଭାରତରେ ଶୀତର ପ୍ରକୋପ ସର୍ବାଧିକ ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାସ୍ଥିତ ମୁନସ୍ୟାରୀରେ ରାତି ତାପମାତ୍ରା ବିଯୁକ୍ତ ୧୯ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ଚମୋଲୀ, ଉତ୍ତରକାଶୀ, ରୁଦ୍ରପ୍ରୟାଗରେ ପାଇପ୍ଲାଇନ୍ରେ ପାଣି ଜମାଟ ବାନ୍ଧିଯାଇଛି ।
ରାଜଧାନୀ ଦିଲ୍ଲୀରେ ଥଣ୍ଡା ୧୫ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୧୧ ପରଠାରୁ ସର୍ବନିମ୍ନ ତାପମାତ୍ରା ଏତେ କମ୍ ହୋଇ ନ ଥିଲା । ଶନିବାର ଏଠାରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀକୁ ଖସିଆସିଛି ।
ରାଜସ୍ଥାନର ୧୩ଟି ଜିଲ୍ଲାରେ ଘନ କୁହୁଡ଼ି ଓ ଶୀତ ଲହରି ଜାରି ରହିଛି । ବିହାରର ୩୨ ଜିଲ୍ଲାରେ ଘନ କୁହୁଡ଼ି ଛାଇଯାଇଥିଲା । ଆସନ୍ତା ସପ୍ତାହକ ପାଇଁ ଏଥିରୁ ତ୍ରାହି ମିଳିବାର ସମ୍ଭାବନା ନାହିଁ । ଉତ୍ତରପ୍ରଦେଶର ୩୦ ସହରରେ ଘନ କୁହୁଡ଼ି ହୋଇଥିଲା । ଗୋରଖପୁର, ଲକ୍ଷେ୍ନø ଓ ବାରାଣସୀ ସମେତ ତମାମ ଷ୍ଟେସନରେ ୫୦ରୁ ଅଧିକ ଟ୍ରେନ ଚଳାଚଳ ବିଳମ୍ବ ହୋଇଛି । ବିମାନ ଚଳାଚଳ ବି ପ୍ରଭାବିତ ହୋଇଛି ।
Powered by Froala Editor