‘ଏଭଳି ସ୍ତ୍ରୀ ସହ ମୁଁ ରହିବିନି’

କଟକ: ସିଡିଏ ଅଞ୍ଚଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ମାମଲା ଏବେ ଏକ ନୂଆ ମୋଡ଼ ନେଇଛି । ଆଜି ସ୍ୱାମୀ ମୋହିତ ଶର୍ମା ଓ ସ୍ତ୍ରୀ ସୋନାଲୀ ମହିଳା ଥାନାରେ ହାଜର ହୋଇଛନ୍ତି । ତେବେ ଏଭଳି ସ୍ତ୍ରୀ ସହ ମୁଁ ରହିବିନି ବୋଲି ମୋହିତ କହିଛନ୍ତି ।
ଏହାଛଡ଼ା ପତ୍ନୀ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗକୁ ମୋହିତ ମିଛ ବୋଲି କହିଛନ୍ତି । ମୁଁ କେବେ ତାଙ୍କୁ ଟଙ୍କା ମାଗିନାହିଁ କିମ୍ବା ସେ ମୋତେ ଟଙ୍କା ଦେଇନାହାନ୍ତି । ପତ୍ନୀ ସୋନାଲୀଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିବାର ପ୍ରମାଣ ପାଇଛି । ସେ ତାଙ୍କର ପୂର୍ବ ସମ୍ପର୍କ ନେଇ ବିବାହ ପୂର୍ବରୁ ମୋତେ କିଛି କହିନଥିଲେ । ନଷ୍ଟ କରାଯାଇଥିବା ପିଲ ମୋର ନୁହେଁ ବୋଲି ମୋହିତ କହିଛନ୍ତି । ଏକ ଘରୋଇ ନର୍ସିଂହୋମରେ ସେ ନିଜ ଇଚ୍ଛାରେ ଗର୍ଭପାତ କରିଥିଲେ । ଏଭଳି ସ୍ତ୍ରୀ ସହ ମୁଁ ରହିବାକୁ ଚାହୁଁନାହିଁ ବୋଲି ମୋହିତ ଶର୍ମା କହିଛନ୍ତି ।
କଟକର ସିଡିଏ ସେକ୍ଟରରେ ପରିବାର ସହିତ ରହୁଥିବା ମୋହିତ ନଭେମ୍ବର ୨୫ରେ ବାଲେଶ୍ୱରର ମୋନାଲି (ଛଦ୍ମ ନାମ) ଦାସଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମୋହିତଙ୍କ ମୋହଭଙ୍ଗର ସମୟ । ମୋହିତଙ୍କ ଅନୁସାରେ ପ୍ରେମ ବିବାହ ପରେ ତାଙ୍କ ଜୀବନ ନର୍କ ପାଲଟି ଯାଇଥିଲା । ତାଙ୍କ ପତ୍ନୀ ତାଙ୍କୁ କଥା କଥାକେ ନିର୍ୟାତନା ଦେଉଥିଲେ । ବିବାହର ଚତୁର୍ଥୀ ରାତ୍ରୀରୁ ହିଁ ତାଙ୍କ ସହିତ ମାନସିକ ନିର୍ୟାତନା ଆରମ୍ଭ ହୋଇଥିଲା । ମୋହିତଙ୍କ ଅନୁସାରେ ଚତୁର୍ଥୀ ରାତ୍ରିରେ ତାଙ୍କ ପାଖକୁ ଗୋଟିଏ ଅଜଣା ନମ୍ବରରୁ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ନିଜକୁ ଟୁକ ବୋଲି ପରିଚୟ ଦେଇଥିଲେ । ଆଉ ମୋହିତଙ୍କୁ ନିଜ ପତ୍ନୀଙ୍କଠାରୁ ଦୁରେଇ ରହିବାକୁ ଧମକ ଦେଇଥିଲେ । ମୋହିତଙ୍କ ଅନୁସାରେ ଟୁକ ତାଙ୍କୁ ଧମକ ଦେଇଥିଲା ଯେ, ତୋ ପତ୍ନୀ ସହିତ ମୋର ଆଗରୁ ସମ୍ପର୍କ ଅଛି । ଏମିତିକି ସେ ତା ଗୁପ୍ତାଙ୍ଗରେ ନିଜ ନାମ ଲେଖାଥିବା ଦାବି କରିଥିଲା । ଏହି ଘଟଣା ପରେ ମୋହିତ ଡରି ଯାଇଥିଲେ । କାରଣ ଟୁକ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ।
Powered by Froala Editor