ଶ୍ରୀଜଗନ୍ନାଥଙ୍କ ସୁନା କିରୀଟ କିଏ ଭାଙ୍ଗିଲା, ଜାଣନ୍ତୁ
ଭୁବନେଶ୍ୱର : ସୁନାବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭଙ୍ଗା ସୁନାର କିରୀଟ ପରିଧାନ କରାଯାଇଥିଲା । ଶ୍ରୀମନ୍ଦିର ରନôଭଣ୍ଡାରରୁ ଶ୍ରୀଜଗନ୍ନାଥଙ୍କ ସୁନାର କିରୀଟ ଅକ୍ଷତ ଆସିଥିଲେ ବି ଲାଗି ବେଳକୁ ଏହା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଭଙ୍ଗା କିରୀଟକୁ ଲୁଚାଇବା ପାଇଁ ଭାଙ୍ଗିଥିବା ପାଖୁଡ଼ା(କିଆ) ସ୍ଥାନରେ ଧଳା ଫୁଲର ମାଳ ଟାଙ୍ଗି ଦିଆଯାଇଥିଲା । ଯାହା ଭକ୍ତ ତଥା ସେବାୟତ ମହଲକୁ ଆନେ୍ଦାଳିତ କରିଥିଲା । କେଉଁଭଳି ପରିସ୍ଥିତିରେ ଏହି ଭଙ୍ଗା ସୁନା କିରୀଟ ମହାପ୍ରଭୁଙ୍କୁ ଲାଗି ହେଲା, ତାହାର ତଦନ୍ତ ଦାବି କରିଥିଲେ ।
ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ଲାଗିବେଳେ ମହାପ୍ରଭୁଙ୍କ ସୁନାର କିରୀଟ ଭାଙ୍ଗି ଯାଇଥିଲା । ଏହାର ଭଗ୍ନ ଅଂଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରିଛନ୍ତି । ଭଣ୍ଡାର ମେକାପ ଏହାକୁ ନିଜ ଦାୟିତ୍ୱରେ ରଖିଛନ୍ତି । ପରବର୍ତ୍ତୀ ସମୟରେ ବୈଠକ ବସି ଏହାର ଆବଶ୍ୟକ ମରାମତି କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ସେପଟେ ସୁବର୍ଣ୍ଣର ନୂଆ ସୂର୍ଯ୍ୟ-ଚନ୍ଦ୍ର, ତଡ଼ଗି ଚଳିତ ବର୍ଷ ରଥଯାତ୍ରାରେ ଶ୍ରୀଜିଉଙ୍କୁ ଲାଗି ହୋଇଥିଲା । ନୂଆ ଝୋବା ବି ମହାପ୍ରଭୁଙ୍କୁ ଲାଗି ହୋଇ ସାରିଛି । ଏ ଭିତରେ ଶ୍ରୀଜିଉଙ୍କ ଶ୍ରୀଭୁଜ ମରାମତି ଚାଲିଛି । ଗୋଟିଏ ଶ୍ରୀଭୁଜ ମରାମତି ଶେଷ ହୋଇଛି । ବାକି ତିନୋଟି ଶ୍ରୀଭୁଜର ମରାମତି ରଥଯାତ୍ରା ପରେ ହେବ । ଅନ୍ୟ ଅଳଙ୍କାର ପର୍ଯ୍ୟାୟକ୍ରମେ ମରାମତି ହେବ । ଦାତା ଦେଉଥିବା ସୁନା, ରୁପାରେ ଏହି ମରାମତି କାର୍ଯ୍ୟ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।
Powered by Froala Editor