ଡ୍ରାଇଭର କହିଲା ଆମ୍ବୁଲାନ୍ସ ଅଟକାଇଥିଲେ ପୁଲିସ ମ୍ୟାଡାମ

ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତୁ୍ୟ ରହସ୍ୟ ନେଇ ପୁଲିସ ଓ କ୍ରାଇମବ୍ରାଂଚ ଛାନଭିନ ଜାରିରଖିଛି । ଏନେଇ ଆମ୍ବୁଲାନ୍ସ ଡ୍ରାଇଭରକୁ ଜେରା କରାଯାଇଛି ।
ଜେରା ବେଳେ ଡ୍ରାଇଭର କହିଛନ୍ତିଯେ, ମେଡ଼ିକାଲ ବାହାରିବା ବେଳକୁ ସାଢେ଼ ୧୧ଟାରୁ ୧୨ଟା ହୋଇଥିଲା । ଫରେଷ୍ଟ ଗେଟ ନିକଟରେ ୧୦ରୁ ୧୫ ମିିନିଟ ଗାଡ଼ି ଅଟକିଥିଲା । ଜଣେ ମହିଳା ପୁଲିସ ଗାଡ଼ି ଅଟକାଇଥିଲେ । ପରେ ଗୋପାଳପୁର ଠାରେ କହିଲେ ଏସସିବି ନେବାକୁ । ଏସସିବିରେ ପହଁଚିବା ବେଳକୁ ଦିନ ସାଢେ଼ ୬ଟାରୁ ୭ଟା ହୋଇଯାଇଥିଲା ।
ଡ୍ରାଇଭରର ଏଭଳି ସ୍ୱୀକାରୋକ୍ତି ପରେ ପୁଲିସ ଅଧିକ ତଥ୍ୟ ହାସଲ କରିଛି । ଏହି ଖିଅରୁ ତଦନ୍ତ ଆଗକୁ ବଢ଼ିବ ବୋଲି କୁହାଯାଇଛି । ଅପରପକ୍ଷରେ ଉଭୟ ବିଦ୍ୟାଭାରତୀ ଓ ସୌମ୍ୟଙ୍କ ଡାଏରୀକୁ ନେଇ ବି ଚର୍ଚ୍ଚା ହେଉଛି । ଉଭୟ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ନେଇ ଖୁସିନଥିବା ସ୍ପଷ୍ଟ ହୋଇଯାଇଛି । ସେହିପରି ତାଙ୍କ ସ୍ୱାମୀଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିଲାବୋଲି ବିଦ୍ୟାଙ୍କ ମନ୍ତବ୍ୟ ବି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ।
Powered by Froala Editor