ଅଫ୍ଲାଇନ୍ ପରୀକ୍ଷା ଦେବେ ୧୫,୧୫୧ ଜଣ ଛାତ୍ରଛାତ୍ରୀ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଅଫ୍ଲାଇନ୍ ଦଶମ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମୋଟ ୧୫,୧୫୧ ଜଣ ଛାତ୍ରଛାତ୍ରୀ ଅଫ୍ଲାଇନ୍ ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ରାଜ୍ୟରେ ମୋଟ ୫୦୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ତନ୍ମଧ୍ୟରୁ ଦଶମର ୬,୫୯୭ ଜଣ ଛାତ୍ରଛାତ୍ରୀ ୨୭୮ଟି କେନ୍ଦ୍ରରେ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ୮,୪୯୩ ଜଣ ଛାତ୍ରଛାତ୍ରୀ ୨୨୨ କେନ୍ଦ୍ରରେ ଓ ମଧ୍ୟମାର ୬୧ ଜଣ ଛାତ୍ରଛାତ୍ରୀ ୪ଟି କେନ୍ଦ୍ରରେ ପରୀକ୍ଷା ଦେବା ନିମନ୍ତେ ପରିଷଦ ପକ୍ଷରୁ ବ୍ୟବସ୍ଥା ହୋଇଛି।
୩ଟି ପରୀକ୍ଷା ନିମନ୍ତେ ପ୍ରବେଶ ପତ୍ରର ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ହୋଇଛି। ୱେବସାଇଟରେ ପ୍ରଦତ୍ତ ଲିଙ୍କରେ ବିଦ୍ୟାଳୟର କୋଡ୍ ନଂ ପ୍ରଦାନ କରି ଆଡ୍ମିଟ୍କାର୍ଡ ଡାଉନଲୋଡ୍ କରାଯାଇପାରିବ। ପତ୍ରବିନିମୟ ପରୀକ୍ଷାର୍ଥୀ ଲିଙ୍କ୍ରେ ନିଜ ନାମ ଓ ପିତାଙ୍କ ନାମ ପ୍ରଦାନ କରି ପ୍ରବେଶ ପତ୍ର ଡାଉନଲୋଡ୍ କରିପାରିବେ। ସେହିପରି ଅଫ୍ଲାଇନ୍ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରିନଥିବା ମୁକ୍ତ ବିଦ୍ୟାଳୟ ଓ ପତ୍ର ବିନିମୟ ପାଠ୍ୟକ୍ରମର ସଦ୍ୟ(ଫ୍ରେସ୍) ପରୀକ୍ଷାର୍ଥୀମାନେ ମଧ୍ୟ ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରି ନିର୍ଦ୍ଧାରିତ କେନ୍ଦ୍ରରେ ଅଫ୍ଲାଇନ୍ ପରୀକ୍ଷା ଦେବେ।
Powered by Froala Editor