ଝିଅ ହେବା ଖୁସିରେ...
ଜମାନା ବଦଳିଛି । ବଦଳିଛି ଲୋକଙ୍କ ଚିନ୍ତାଧାରା । ଏବେ ଝିଅ ହେଲେ ଲୋକେ ଖୁସି ମନାଇ ନାଚୁଛନ୍ତି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓକୁ ୬୫୦,୦୦୦ ରୁ ଅଧିକ ଥର ଦେଖାଯାଇସାରିଲାଣି। ୧୭,୦୦୦ରୁ ଅଧିକ ବ୍ୟବହାରକାରୀ ଏହି ଭିଡିଓଟିକୁ ଲାଇକ କରିବା ସହିତ ଖୁବ ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି। ଯାହାକୁ ଦେଖି ଅଭିନେତ୍ରି ୟାମି ଗୌତମୀ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ଭିଡିଓରେ ଜଣେ ବାପା ଝିଅ ଜନ୍ମ ହୋଇଥିବା ଶୁଣିବା ପରେ ଖୁସିରେ ଝୁମି ଯାଇଥିଲେ। ହସ୍ପିଟାଲରେ ଧୁରନ୍ଧର ଚଳଚ୍ଚିତ୍ରର ଗୀତରେ ଠୁମକା ଲଗାଇଥିଲେ। ଝିଅ ଜନ୍ମପରେ ଉତ୍ସାହିତ ହୋଇଯାଇଥିବା ବାପାଙ୍କ ନାଚକୁ ଯିଏ ଦେଖୁଥିଲେ ସେ ଖୁସି ହୋଇଯାଉଥିଲେ।
ଏହି କ୍ରମରେ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧରଙ୍କ ପତ୍ନୀ ୟାମି ଗୌତମ ଧର ମଧ୍ୟ ଏହି ଉତ୍ସାହିତ ବାପାଙ୍କ ଖୁସିକୁ ଦେଖି ନିଜକୁ ଅଟକାଇ ପାରି ନଥିଲେ। ଏକ୍ସରେ ପ୍ରତିକ୍ରିୟା ଦେଇ କନ୍ୟା ସନ୍ତାନଙ୍କ ବାପାଙ୍କୁ "ଟ୍ରେଣ୍ଡ ବିଜେତା" ବୋଲି ଉଲ୍ଲେଖ କରିଛନ୍ତି। ଏହି ଘଟଣା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି।
Powered by Froala Editor