ରାଜ୍ୟସଭାରେ ଗୃହୀତ ହେଲା ଶାନ୍ତି ବିଲ୍
ରାଜ୍ୟସଭାରେ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି ବିଲ୍ ୨୦୨୫ ( ଶାନ୍ତି ବିଲ୍, ୨୦୨୫) ଗୃହୀତ ହୋଇଛି। ରାଜ୍ୟସଭା ଏହି ବିଲକୁ ବାଚନିକ ଭୋଟ ଦ୍ୱାରା ପାସ୍ କରିଛି । ଏହି ବିଲ୍ ବେସାମରିକ ପରମାଣୁ କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକର ଅଂଶଗ୍ରହଣ ପାଇଁ ପଥ ଖୋଲିବାକୁ ଯାଉଛି।
ତେବେ ସେ ସଂସଦର ଶୀତକାଳୀନ ଅଧିବେଶନରେ ମୋଦି ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା ବିଲ୍କୁ ଦୃଢ ବିରୋଧ କରିଛ୍ତି। ଥରୁର ‘ସଷ୍ଟେନେବଲ୍ ହାରନେସିଂ ଆଣ୍ଡ୍ ଆଡଭାନ୍ସମେଣ୍ଟ୍ ଅଫ୍ ନ୍ୟୁକ୍ଲିୟର ଏନର୍ଜି ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ’ (ଶାନ୍ତି) ବିଲ୍କୁ ଦୃଢ଼ ବିରୋଧ କରିଛନ୍ତି। ଏହି ନୂତନ ବିଲ୍ ପରମାଣୁ ଶକ୍ତି ଆଇନ, ୧୯୬୨ ଏବଂ ସିଭିଲ ଲାୟବିଲିଟି ଫର ନ୍ୟୁକ୍ଲିଅର ଡ୍ୟାମେଜ୍ ଆକ୍ଟ, ୨୦୧୦ର ସ୍ଥାନ ନେବ। ଫଳରେ ଭାରତରେ ନ୍ୟୁକ୍ଲିଅର ଇଣ୍ଡଷ୍ଟ୍ରୀ ପାଇଁ ପ୍ରାଇଭେଟ୍ କମ୍ପାନୀ ପାଇଁ ଖୋଲିଯିବ। ଏହି ବିଲ୍କୁ ନେଇ ଥରୁର ବୁଧବାର ଲୋକସଭାରେ ନିଜର ତର୍କ ରଖିଛନ୍ତି।
ଏହି ବିଲର ଚର୍ଚ୍ଚା ସମୟରେ, କେନ୍ଦ୍ର ପରମାଣୁ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ଏହି ବିଲ୍ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ପରମାଣୁ ଶକ୍ତି ଏକ ନିର୍ଭରଯୋଗ୍ୟ, ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପ୍ରଦାନ କରେ, ଯେତେବେଳେ ଅନ୍ୟାନ୍ୟ ନବୀକରଣୀୟ ଶକ୍ତି ବିକଳ୍ପଗୁଡ଼ିକରେ ଏହି ନିରନ୍ତରତା ନାହିଁ। ସେ କହିଥିଲେ ଯେ ସୁରକ୍ଷା ବ୍ୟବସ୍ଥା ସହିତ କୌଣସି ପ୍ରକାରର ସାଲିସ କରାଯିବ ନାହିଁ।
Powered by Froala Editor