ଦୁଃଖର ମୁହୁର୍ତ୍ତରେ ଅଷ୍ଟ୍ରେଲିଆ ସହ ଭାରତ ସମ୍ପୂର୍ଣ୍ଣ ଭାବରେ ଠିଆ ହୋଇଛି: ମୋଦୀ
ସିଡନୀ: ସିଡନୀର ବଣ୍ଡି ବିଚ୍ରେ ପହଲଗାମ୍ ଘଟଣାର ପୁନରାବୃତ୍ତି। ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ଆକ୍ରମଣକାରୀ ମଧ୍ୟ ରହିଛି। ଅଷ୍ଟ୍ରେଲିଆ ସରକାର ଏହି ଗୁଳିକାଣ୍ଡକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜମ୍ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବଣ୍ଡି ବିଚ୍ରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା କଷ୍ଟଦାୟକ।
ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି। ଦୁଃଖ ପ୍ରକାଶ କରି ପିଏମ୍ ମୋଦି କହିଛନ୍ତି, ଭାରତର ଜନତାଙ୍କ ପକ୍ଷରୁ ସେହି ସବୁ ପରିବାର ପ୍ରତି ଗଭୀର ସମବେଦନା, ଯେଉଁମାନେ ଗୁଳିକାଣ୍ଡରେ ନିଜ ଲୋକଙ୍କୁ ହରାଇଛନ୍ତି।ଏହି ଦୁଃଖର ମୁହୁର୍ତ୍ତରେ ଅଷ୍ଟ୍ରେଲିଆ ଜନତା ସହ ଭାରତ ସମ୍ପୂର୍ଣ୍ଣ ଭାବରେ ମଜବୁତ ଭାବରେ ଠିଆ ହୋଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସନ୍ଧ୍ୟା ପ୍ରାୟ ୬ଟା ୪୦ ମିନିଟ୍ରେ ଦୁଇ ଆକ୍ରମଣକାରୀ ଗାଡିରୁ ବାହାରିଥିଲେ ଓ ବଣ୍ଡି ପାଭିଲିଅନ୍ ନିକଟରେ ଫାୟରିଂ ଆରମ୍ଭ କରିଦେଇଥିଲେ। ଗୁଳି ଶବ୍ଦ ଶୁଣିବା ମାତ୍ରେ ପୁରା ଅଞ୍ଚଳରେ ଆରମ୍ଭ ହୋଇଯାଇଥିଲା ଧାଁ ଦଉଡ। ଲୋକ ଜୀବନ ବଞ୍ଚାଇବା ପାଇଁ ପଳାଇବାକୁ ଚେଷ୍ଟା କରିଥିଲେ। ସମୁଦ୍ର ବେଳାଭୂମିରେ କେବଳ ଲୋକଙ୍କ ବିକଳ ଚିତ୍କାର। ସିଡନୀ ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଗୁଳିକାଣ୍ଡରେ ସୁଟର ସହିତ ୧୨ ଜଣଙ୍କର ମୃତ୍ୟୁ ହୋଇଛି।
Powered by Froala Editor