ଜବତ ହେଲା ବାଘ ଛାଲ, ବନ୍ଧୁକ ସହ ଶିକାରୀ ଗିରଫ
କଣ୍ଟାମାଳ: ବୌଦ୍ଧ ବନଖଣ୍ଡ ମନମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କପାସିରା ଗ୍ରାମ ନିକଟରୁ ଆଜି ଷ୍ଟେଟ୍ ଟାସ୍କ ଫୋର୍ସ ଟିମ୍ର ଚଢାଉରେ ଏକ ବାଘ ଛାଲ, ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇ ଥିବା ଜଣାଯାଇଛି। ବାଘ ଛାଲର ମୂଖ୍ୟ ଅଭିଯୁକ୍ତକୁ ମଧ୍ୟ ଟାସ୍କ ଫୋର୍ସ ଟିମ ଗିରଫ କରିଥିବା ଜଣା ପଡିଛି। ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଭୂବରେଶ୍ୱରରୁ ଏସ୍ଟିଏଫ୍ର ସ୍ୱତନ୍ତ୍ର ଟିମ୍ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଅତର୍କୀତ ଚଢାଉ କରି ବାଘ ଛାଲ ସହ ଶୀକାରୀ ହର ରଣାକୁ କାବୁ କରି ନେଇଥିଲେ।
ଜବତ ବାଘ ଛାଲର ଫରେନସିକ ଯାଞ୍ଚପାଇଁ ଡେରାଡୁନ୍ ପରୀକ୍ଷାଗାରକୁ ପଠାଯିବ ବୋଲି ସୂଚନା ମିଳିଛି। ସବିଶେଷ ତଥ୍ୟ ପାଇଁ ଏସ୍ଟିଏଫ୍ ଟିମ୍ ଦ୍ୱାରା ଗିରଫ ଶିକାରୀ ହର ରଣାକୁ ପଚରା ଉଚୁରା କରିବା ପାଇଁ ଅନ୍ୟତ୍ର ନେଇ ଯାଇଥିବା ଜଣାଯାଇଛି। ପ୍ରକାଶ ଥାଉକି କିଛି ଦିନ ତଳେ ମଧ୍ୟ ଏସ୍ଟିଏଫ୍ ଦ୍ୱାରା ଆଉ ଏକ ବାଘ ଛାଲ ବିକ୍ରୀ କରିବା ସମୟରେ ମନମୁଣ୍ଡା ପାଖରୁ ହିଁ ଜବତ କରାଯାଇଥିଲା।
Powered by Froala Editor