୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି ଜେଲେନ୍ସ୍କି
ନୂଆଦିଲ୍ଲୀ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ ଚାଲିଥିବାରୁ ଦେଶରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି। ୟୁକ୍ରେନ୍ ଯୁଦ୍ଧ ବନ୍ଦ ସହ ଶାନ୍ତି ପ୍ରତିଷ୍ଠା ପ୍ରୟାସରେ ଭାରତ ସହାୟକ ହୋଇପାରେ। ଏହି ଦୃଷ୍ଟିରୁ କିଛି ସପ୍ତାହ ହେଲା ଜେଲେନ୍ସ୍କିଙ୍କ ଗସ୍ତ କାର୍ୟ୍ୟକ୍ରମ ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
Powered by Froala Editor