ପିଲା ଜନ୍ମ ହେବା ପରେ ମା’ ଖାଇଦିଏ ନାଭି ନାଡ, ଜାଣନ୍ତୁ କେଉଁ ଦେଶରେ

ଆପଣଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଚାଇନାରେ ପ୍ଲାସେଂଟାକୁ ପ୍ଲେସେଂଟାଫାଗି କୁହାଯାଏ । ସେଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ପ୍ଲାସେଂଟାରେ ଅନେକ ପୋଷକ ତତ୍ୱ ଥାଏ । ଅନେକ ଥର ଦେଖାଯାଇଛି ପିଲାଟି ଜନ୍ମ ହେବା ମାତ୍ରେ ମାଆ ନିଜ ନାଭି ନାଡ ଖାଇଥାଏ । ଏହାଛଡା ପ୍ଳାସେଂଟା ମେଡିକାଲରୁ ଅନେକ ସମୟ ଚୋରି ମଧ୍ୟ ହୋଇଥାଏ । ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରାଯାଏ । ଏହା ଶୁଖିବା ପରେ ଏହାକୁ ମେଡିସିନ୍ ଭାବରେ ବ୍ୟବହାର କରାଯାଇଥାଏ । କୁହାଯାଏ ପ୍ଲାସେଂଟା ବା ନାଭିକ ଖାଇବା ଦ୍ୱାରା ମହିଳାମାନେ ପ୍ରସବ ପରେ ଚାପ ଅନୁଭବ କରନ୍ତି ନାହିଁ ଓ ଏହା ପୁରୁଷଙ୍କ ପାଇଁ ଶକ୍ତିହୀନତାର ଉପଶମ ଅଟେ । କିନ୍ତୁ ୨୦୧୬ରେ ଏହି ବିଷୟରେ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ଦ୍ୱାରା ମା’ ଉପରେ ଏକ ଅନୁସନ୍ଧାନ କରାଯାଇଥିଲା । ସେହି ମା’ଙ୍କ ଠାରେ ଆଗରୁ ଏକ ଗୁରୁତର ସଂକ୍ରମଣ ଥିଲା । ଶିଶୁଟି ଜନ୍ମ ହେବା ପରେ ମା ପ୍ରତିଦିନ ପ୍ଲାସେଂଟାରେ ନିର୍ମିତ ଏକ କ୍ୟାପସୁଲ ଖାଉଥିବା ବେଳେ ଶିଶୁଠାରେ ଏହି ଘଟଣା ଘଟିଥିଲା । କାରଣ ଏହି ସମୟରେ ସେ ଶିଶୁକୁ ସ୍ତନ୍ୟପାନ କରାଉଥିଲେ, ଏହି କାରଣରୁ ସଂକ୍ରମଣ ଶିଶୁଙ୍କ ନିକଟରେ ପହ ିଥିଲା । ଟୋକ୍ସାସ ୟୁନିଭର୍ସିଟି ହସ୍ପିଟାଲର ଡାକ୍ତରମାନଙ୍କ ମତ ଅନୁସାରେ ପ୍ଲାସେଂଟାରେ ଭାଇରସ୍ ଓ ବିପଦଜ୍ଜନକ ଜୀବାଣୁ ରହିପାରନ୍ତି । ତେଣୁ ଏହା ଖାଇବା ଦ୍ୱାରା ଉଭୟଙ୍କ ଶରୀରରେ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଥାଏ ।
Powered by Froala Editor