ଆକାଶ ମିସାଇଲର ନ୍ୟୁ ଜେନେରେସନ୍ ଭର୍ସନ୍ ର ସଫଳ ପରୀକ୍ଷଣ

ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆକାଶ ମିସାଇଲର ନ୍ୟୁ ଜେନେରେସନ୍ ଭର୍ସନ୍ (ଆକାଶ ଏନ୍ଜି) ଉତ୍କ୍ଷେପଣ ହୋଇଛି । ମଧ୍ୟାହ୍ନ ୧୨ଟା ୪୪ ମିନିଟ୍ରେ ଏହି ମିସାଇଲ ଉତ୍କ୍ଷେପଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନ୍ଜିର ଲକ୍ଷ୍ୟଭେଦ କ୍ଷ୍ୟମତା ରହିଛି ୭୦ କିଲୋମିଟର । ଏହା ୬୦ କେଜି ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହି କ୍ଷେପଣାସ୍ତ୍ରର ଓଜନ ବହୁତ କମ୍ ହୋଇଥାଏ। ଏପରିକି ଜଣେ ବ୍ୟକ୍ତି ଏହାକୁ ବୋହି ନେଇପାରିବ। ପରୀକ୍ଷଣ ସମୟରେ ଏହା ନିର୍ଭୁଲ ଭାବେ ଏକ ଡମି ଟ୍ୟାଙ୍କକୁ ହିଟ୍ କରି ତାକୁ ପୂରାପୂରି ଧ୍ୱଂସ କରିଦେଇଥିଲା। ଆକାଶ ଏହି ପରୀକ୍ଷଣ ସଫଳ ହେବା ପରେ ଡିଆରଡିଓ, ବିଇଏଲ୍, ବିଡିଏଲ୍, ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ଏହି ଆକାଶ ଏନ୍ଜି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ଗତ ଜାନୁଆରି ମାସ ୨୫ ତାରିଖରେ କରାଯାଇଥିବାବେଳେ, ଦ୍ବିତୀୟ ଥର ଗତ ମାର୍ଚ୍ଚ ମାସ ୨୩ ତାରିଖରେ ଏବଂ ଆଜି ତୃତୀୟ ଥର ପାଇଁ ପରୀକ୍ଷା କରାଯାଇଛି । ପ୍ରତ୍ୟକ ପରୀକ୍ଷାରେ ଟାର୍ଗେଟ୍ ଭାବେ ଇଲେକ୍ଟ୍ରୋନିକ୍ ଟାର୍ଗେଟ୍କୁ ବ୍ୟବହାର କରାଯାଇଛି । ୨୦୨୩ ମସିହା ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
Powered by Froala Editor