ଦିଲ୍ଲୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚନା ହୋଇଛି । ଇଣ୍ଟେଲିଜେନ୍ସ ବୁ୍ୟରୋ (ଆଇବି) ପକ୍ଷରୁ ଏ ନେଇ ଦିଲ୍ଲୀ ପୁଲିସକୁ ଆଲର୍ଟ କରାଯାଇଛି । ଆଇବିର ରିପୋର୍ଟ ଅନୁସାରେ ସ୍ୱାଧୀନତା ଦିବସ ସମାରୋହରେ ବିଘ୍ନ ସୃଷ୍ଟି କରିବା ଲାଗି ପାକିସ୍ତାନ ସ୍ଥିତ ଆତଙ୍କୀ ସଂଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀରେ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆକ୍ରମଣ କରାଯିବାକୁ ଷଡଯନ୍ତ୍ର ହେଉଛି । ଏଥିପାଇଁ ବିସ୍ଫୋରକ ଭର୍ତ୍ତି ଡ୍ରୋନକୁ ବ୍ୟବହାର କରାଯାଇପାରେ । ବିଶେଷ କରି ଅଗଷ୍ଟ ୫ ତାରିଖରେ (ଏହି ଦିନ ଜମ୍ମୁ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରାଯାଇଥିଲା) ଆତଙ୍କୀ ଆକ୍ରମଣ ହୋଇପାରେ ବୋଲି ସତର୍କ କରାଯାଇଛି । ସେପଟେ ଡ୍ରୋନ ମାଧ୍ୟମରେ ହେବାକୁ ଥିବା ସମ୍ଭାବ୍ୟ ଆତଙ୍କୀ ଆକ୍ରମଣ ପାଇଁ ଦିଲ୍ଲୀ ପୁଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସିକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି ।
Powered by Froala Editor