୨୩ ଯାଏ ହାଜତରେ ରହିବେ ରାଜକୁନ୍ଦ୍ରା

ମୁମ୍ବାଇ : ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ଓ ତାହାକୁ ସୋସିଆଲ ମିଡିଆରେ ଛାଡ଼ିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇର ଏକ ମାଜିଷ୍ଟ୍ରେଟ ଅଦାଲତ ଜୁଲାଇ ୨୩ ଯାଏ ପୁଲିସ ହାଜତକୁ ପଠାଇଦେଇଛନ୍ତି । ମୁମ୍ବାଇ ପୁଲିସ କହିଛି ଯେ, କୁନ୍ଦ୍ରା ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା, ତାକୁ ସୋସିଆଲ ମିଡିଆରେ ଛାଡ଼ିବା ଓ ଅର୍ଥ ରୋଜଗାର କରିବା ଅଭିଯୋଗ ସତ୍ୟ ବୋଲି ତଦନ୍ତରୁ ଜଣାପଡ଼ିଛି । ଗତକାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା । ଅଭିନେତା ଉମେଶ କମାତ ସ୍ୱୀକାର କରିଛନ୍ତି ଯେ କୁନ୍ଦ୍ରା ଏହି କାମରେ ସମ୍ପୃକ୍ତ ଅଛନ୍ତି । ଅନ୍ୟାନ୍ୟ ସାକ୍ଷ୍ୟ ପ୍ରମାଣରୁ ମଧ୍ୟ କୁନ୍ଦ୍ରାଙ୍କ ବିରୋଧରେ ଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ଅଶ୍ଳୀଳ ଭିଡିଓ ତିଆରି କରି ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ଅପଲୋଡ କରିବା ମାମଲାରେ କୁନ୍ଦ୍ରା ହିଁ ମୁଖ୍ୟ ସଂଚାଳକ ବୋଲି ପୁଲିସ କହିଛି ।
Powered by Froala Editor