ରାଜ୍ୟରେ ୧୭୪୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୭୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୦୧୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୭୨୬ ଜଣ ସଂକ୍ରମିତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୨ରେ ପହଁଚିଛି । ଯେତେବେଳେକି ୯୨୫୯ ଜଣ ଚିକିତ୍ସିତ ହେଉଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪୩, ବାଲେଶ୍ୱରରେ ୧୫୮, ବରଗଡ଼ରେ ୯୭, ଭଦ୍ରକରେ ୧୧, ବଲାଙ୍ଗୀରରେ ୯୩, ବୌଦ୍ଧରେ ୫, କଟକରେ ୫୮, ଦେବଗଡ଼ରେ ୯, ଢେଙ୍କାନାଳରେ ୨, ଗଜପତିରେ ୧୪, ଗଞ୍ଜାମରେ ୯, ଜଗତସିଂହପୁରରେ ୯, ଯାଜପୁରରେ ୩୮, ଝାରସୁଗୁଡ଼ାରେ ୪୩, କଳାହାଣ୍ଡିରେ ୧୧୪, କନ୍ଧମାଳରେ ୮, କେନ୍ଦ୍ରାପଡ଼ାରେ ୨, କେନ୍ଦୁଝରରେ ୫୩, ଖୋର୍ଦ୍ଧାରେ ୨୦୪, କୋରାପୁଟରେ ୯, ମାଲକାନାଗିରିରେ ୯, ମୟୂରଭଞ୍ଜରେ ୩୯, ନବରଙ୍ଗପୁରରେ ୮୦, ନୟାଗଡ଼ରେ ୭, ନୂଆପଡ଼ାରେ ୯୬, ପୁରୀରେ ୫୪, ରାୟଗଡ଼ାରେ ୩୫, ସମ୍ବଲପୁରରେ ୧୨୧, ସୋନପୁରରେ ୧୩, ସୁନ୍ଦରଗଡ଼ରେ ୨୬୮ ଓ ରାଜ୍ୟପୁଲରେ ୪୬ ଜଣ ସଂକ୍ରମିତ ହୋଇଛନ୍ତି ।