କରୋନା ନେଲା ଆଉ ୬୯ ଜୀବନ

ଭୁବନେଶ୍ୱର : କରୋନାରେ ଆଉ ୬୯ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୫୨୪୧ରେ ପହଁଚିଛି । ଏଯାବତ ରାଜ୍ୟରେ ୯ ଲକ୍ଷ ୫୯ ହଜାର ୯୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୩୫ ହଜାର ୭ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୧୯୬୮୫ ଜଣ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୬, ବାଲେଶ୍ୱରରେ ୩, ବରଗଡ଼ରେ ୭, ଭଦ୍ରକରେ ୨, ବୌଦ୍ଧରେ ୨, ଗଞ୍ଜାମରେ ୨, କେନ୍ଦ୍ରାପଡ଼ାରେ ୪, କେନ୍ଦୁଝରରେ ୫, ଖୋର୍ଦ୍ଧାରେ ୨୨, କୋରାପୁଟରେ ୧, ନୟାଗଡରେ ୨, ସୁବର୍ଣ୍ଣପୁରରେ ୧ ଓ ସୁନ୍ଦରଗଡ଼ରେ ୧୦ ଜଣଙ୍କର ମୃତୁ୍ୟ ଘଟିଛି ।
ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୫, ବାଲେଶ୍ୱରରେ ୧୧୧, ବରଗଡ଼ରେ ୨୭, ଭଦ୍ରକରେ ୧୯, ବଲାଙ୍ଗୀରରେ ୧୧, ବୌଦ୍ଧରେ ୭, କଟକରେ ୨୪୮, ଦେବଗଡ଼ରେ ୬, ଢେଙ୍କାନାଳରେ ୭୫, ଗଜପତିରେ ୪, ଗଞ୍ଜାମରେ ୧୦, ଜଗତସିଂହପୁରରେ ୯୧, ଯାଜପୁରରେ ୧୨୩, ଝାରସୁଗୁଡ଼ାରେ ୮, କଳାହାଣ୍ଡିରେ ୭, କନ୍ଧମାଳରେ ୧୮, କେନ୍ଦ୍ରାପଡ଼ାରେ ୭୩, କେନ୍ଦୁଝରରେ ୩୨, ଖୋର୍ଦ୍ଧାରେ ୪୯୮, କୋରାପୁଟରେ ୮, ମାଲକାନାଗିରିରେ ୧୮, ମୟୂରଭଞ୍ଜରେ ୯୦, ନବରଙ୍ଗପୁରରେ ୧୫, ନୟାଗଡ଼ରେ ୬୪, ନୂଆପଡ଼ାରେ ୫, ପୁରୀରେ ୧୦୩, ରାୟଗଡ଼ାରେ ୨୨, ସମ୍ବଲପୁରରେ ୩୩, ସୋନପୁରରେ ୮, ସୁନ୍ଦରଗଡ଼ରେ ୩୮ ଓ ରାଜ୍ୟ ପୁଲରେ ୧୦୦ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor