ଦାମ୍ପତ୍ୟ କଳହରୁ ହତ୍ୟାକାଣ୍ଡ, ବିଜେପି ନେତ୍ରୀ ମମତା କୁଅଁର ଗିରଫ

ଭୁବନେଶ୍ୱର : ଯାଜପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମଙ୍ଗଳପୁର ପଂଚାୟତ ଇସ୍ମାଇଲପୁର ଗ୍ରାମର ବିଜେପି ନେତା ସୁବାସ କୁଅଁର ଓରଫ ଅଟଳ (୪୨)ଙ୍କୁ ହତ୍ୟା କରାଯାଇଛି । ଦାମ୍ପତ୍ୟ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି । ପୁଲିସ ଏହି ଘଟଣାରେ ଅଟଳଙ୍କ ପନôୀ ତଥା ବିଜେପି ନେତ୍ରୀ ମମତା କୁଅଁରଙ୍କୁ ଗିରଫ କରିଛି । ଯାଜପୁର ଏସପି ରାହୁଲ ପିଆର ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ବ୍ଲକ ବିଜେପି ପକ୍ଷରୁ ବିଦୁ୍ୟତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଦଶରଥପୁରସ୍ଥ ଏସଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ସୋମବାର ଥାଲକୁଡିସ୍ଥ ଅସ୍ଥାୟୀ ବିଜେପି କାର୍ଯ୍ୟାଳୟରେ ରାତ୍ର ପ୍ରାୟ ୯.୩୦ ପର୍ଯ୍ୟନ୍ତ ଆଲୋଚନା ଚାଲିଥିଲା । ସେଠାରେ ସ୍ଥାନୀୟ ନେତୃମଣ୍ଡଳୀଙ୍କ ସମେତ ଅଟଳ ଉପସ୍ଥିତ ଥିଲେ । ପ୍ରସ୍ତୁତ ବ୍ୟାନରକୁ ନେଇ ବିକ୍ଷୋଭସ୍ଥଳରେ ପହଞ୍ଚିବାକୁ ଅଟଳଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ସେ ମଂଗଳପୁର ବଜାର ସଂଲଗ୍ନ ବାଳିକା ବିଦ୍ୟାଳୟ ନିକଟ ଭଡ଼ାଘରକୁ ଆସିଥିଲେ । ସେଠାରେ ରାତ୍ରଭୋଜନ ସାରି ଶୋଇବାକୁ ଯାଇଥିଲେ । ଅଟଳ ଏବଂ ସ୍ତ୍ରୀ ମମତା ଗୋଟିଏ ରୁମରେ ଏବଂ ଶାଳୀ ସଂଯୁକ୍ତା ବିଶ୍ୱାଳ, ଶାଶୁ ଅରୁଣି ରାଉତ ଅନ୍ୟ ଏକ ରୁମରେ ଶୋଇଥିଲେ । ରାତ୍ର ପ୍ରାୟ ୧୧.୨୦ବେଳେ ଚିକ୍ରାର ଶୁଣି ଶାଳୀ ସଂଯୁକ୍ତା ଉଠି ଭଉଣୀ, ଭିଣୋଇକୁ ଡାକିଥିଲେ । ହେଲେ ନଶୁଣିବାରୁ ଉପର ମହଲାକୁ ଯାଇ ଘରମାଲିକ ଏବଂ ଅନ୍ୟ ଭଡାଟିଆମାନଙ୍କୁ ଡାକିଥିଲେ । ଏମାନେ ଆସି ଡାକିବାର କିଛି ସମୟ ପରେ ମମତା କବାଟ ଖୋଲିଥିଲେ । ଗୁରୁତର ଅବସ୍ଥାରେ ଅଟଳଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମଂଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ଅଟଳଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor