ଓଡ଼ିଶାରେ ଶୀତ ପ୍ରକୋପ: ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ପାଇବ ହ୍ରାସ
ଭୁବନେଶ୍ବର: ସାରା ରାଜ୍ୟରେ ପହିଲି ଶୀତ ପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ସହିତ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମିଛି। ରାଜ୍ୟର ୧୭ ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସି ଆସିଥିବାବେଳେ ଫୁଲବାଣୀରେ ପାରଦ ୧୨.୫ ଡିଗ୍ରୀ ଛୁଇଁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ଦିନ ମଧ୍ୟରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।
ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ା ୧୪.୫, ଅନୁଗୋଳ ୧୫, କେନ୍ଦୁଝର ୧୫.୨, ରାଉରକେଲା ୧୫.୫, ଢେଙ୍କାନାଳ ୧୫.୮, ଭୁବନେଶ୍ବର ୧୭, କଟକ ଓ ବାରିପଦାରେ ୧୭.୬, ସମ୍ବଲପୁର ୧୮, ହୀରାକୁଦ ଓ ସୁନ୍ଦରଗଡ଼ରେ ୧୮.୨, ଚାନ୍ଦବାଲି ୧୯, ଭବାନୀପାଟଣା ୧୯.୪, ବାଲେଶ୍ବର ୧୯.୫ ଏବଂ ବଲାଙ୍ଗିରରେ ୧୯.୭ ଡିଗ୍ରୀ ରହିଛି। ଫୁଲବାଣୀରେ ୨.୫ ଡିଗ୍ରୀ ପାରଦ ଖସିଥିବାବେଳେ ଢେଙ୍କାନାଳରେ ୬.୩ଡିଗ୍ରୀ, ଭୁବନେଶ୍ବରରେ ୩.୮ଡିଗ୍ରୀ, ଅନୁଗୋଳରେ ୩ ଏବଂ ଝାରସୁଗୁଡ଼ାରେ ୩.୩ଡିଗ୍ରୀ କମିଛି। ବାୟୁ ମଣ୍ଡଳରେ ଜଳୀୟ ବାଷ୍ପ ହ୍ରାସ ପାଉଛି।
Powered by Froala Editor