କାଠଯୋଡ଼ିରେ ବୁଡ଼ିଗଲେ ୨ ନାବାଳକ
କଟକ : କଟକ କାଠଯୋଡ଼ିରେ ନଦୀରେ ବୁଡ଼ିଯାଇଛନ୍ତି ୨ ନାବାଳକ। ସକାଳେ ଗାଧୋଇଲାବେଳେ ୨ ଜଣ ବୁଡ଼ିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଅପରେସନରେ ସ୍କୁବା ଡାଇଭର ଓ ଅଗ୍ନିଶମ ବିଭାଗର ୨ଟି ଟିମ୍ ସାମିଲ ଅଛନ୍ତି । ନିଖୋଜ ଦୁଇ ନାବାଳକ ଭଗତପୁର ବଗଲା ଲେନର ଓମ୍ ଆୟୁଷ ବାରିକ(୧୨) ଓ ଓମ୍ ପ୍ରକାଶ ମହାରଣା (୧୫)ବୋଲି ଜଣାପଡିଛି।
Powered by Froala Editor