ଏସଆଇ ପରୀକ୍ଷା କେଳେଙ୍କାରୀ : ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ କରିଛି କ୍ରାଇମବ୍ରାଞ୍ଚ । ନେପାଳ ସୀମାନ୍ତ ଉତ୍ତରାଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଘଟଣାରେ ଗିରଫଙ୍କ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି ।
ପୁଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ସମ୍ବନ୍ଧିତ ଦୁର୍ନୀତିର ଚେର ଆନ୍ତ-ରାଜ୍ୟ ଅପରାଧୀ ସଂଗଠନଙ୍କ ସଂପୃକ୍ତି ଥିବାର ସନ୍ଦେହ କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି, ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା ପାଇଁ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀମାନଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇକୁ ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି।
ତେବେ ଘଟଣା ପରଠାରୁ ନେପାଳ ସୀମାନ୍ତରେ ଆତ୍ମଗୋପନ କରିଥିଲା ଶଙ୍କର । ଓଡ଼ିଶାରେ ଏସଆଇ ପରୀକ୍ଷା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଥିଲା ଶଙ୍କର । ପୁଲିସ ଶଙ୍କରକୁ ଖୋଜିଖୋଜି ଉତ୍ତରାଖଣ୍ଡରେ ଠାବ କରିଥିଲା। ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଓଡ଼ିଶାକୁ ନେଇ ଆସୁଛି।
Powered by Froala Editor