ଯୁବକଙ୍କୁ ଡାକି ମାଡ ମାରିଥିବା ଅଭିଯୋଗ, ପ୍ରଣବଙ୍କ ନାଁରେ ମାମଲା ରୁଜୁ
ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । ନୂଆପଡା ଜିଲା କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରିଛି ପୁଲିସ । ବବିଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ବିଏନଏସ୍ ୧୨୬(୨), ୨୯୬, ୧୧୫(୨), ୩୫୧(୨) ଓ ୩(୫) ଧାରାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ଯୁବକଙ୍କୁ ଡାକି ମାଡ ମାରିଥିବାର ସଂପୃକ୍ତ ଯୁବକ ଥାନାରେ ଅଭିଯୋଗ କରିଥିଲେ । ସଂପୃକ୍ତ ଯୁବକ ପୂର୍ବରୁ ବିଜେଡି କ୍ୟାମ୍ପେନରେ ବୁଲୁଥିଲେ, ଏବେ ବିଜେପି ବୁଲୁଥିବାରୁ ବବି ଦାସ ତାଙ୍କ ଏହା କାହିଁକି କରୁଛୁ ବୋଲି ପଚାରିବା ସହ ଧମକାଇ ମାଡ ମାରିଥିବା ଅଭିଯୋଗ ହୋଇଛି ।
Powered by Froala Editor