ଏଣିକି ପୁଲିସଙ୍କର ରହିବ ଗୋଟିଏ ପ୍ରକାର ୟୁନିଫର୍ମ
ଭୁବନେଶ୍ବର: ସାରା ଦେଶରେ ଖୁବଶୀଘ୍ର ଲାଗୁ ହେବ ୱାନ୍ ନେସନ ୱାନ୍ ପୁଲିସ ୟୁନିଫର୍ମ ପଲିସି । ଏଣିକି ପୁଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ । ଏନେଇ ଓଡ଼ିଶା ସମେତ ୧୬ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।
ଆନ୍ଧ୍ର, ଅରୁଣାଚଳ, ଆସାମ, ଗୋଆ, ହିମାଚଳ, ଝାଡଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ ଏନେଇ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି । ନଭେମ୍ବର ୪ତାରିଖ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି ।
Powered by Froala Editor