କରୋନାରେ ୫୮ ଜଣ ମୃତ
ଭୁବନେଶ୍ୱର : କରୋନାରେ ଆଉ ୫୮ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୫୧୧୬ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨, ବାଲେଶ୍ୱରରେ ୩, ବରଗଡ଼ରେ ୭, ଭଦ୍ରକରେ ୨, ବଲାଙ୍ଗୀରରେ ୪, ବୌଦ୍ଧରେ ୧, କଟକରେ ୩, ଢେଙ୍କାନାଳରେ ୧, ଗଞ୍ଜାମରେ ୫, ଯାଜପୁରରେ ୧, କେନ୍ଦ୍ରାପଡ଼ାରେ ୨, ଖୋର୍ଦ୍ଧାରେ ୧୯, ମୟୂରଭଞ୍ଜରେ ୧, ପୁରୀରେ ୩, ସମ୍ବଲପୁରରେ ୩ ଜଣଙ୍କର ମୃତୁ୍ୟ ଘଟିଛି । ସୂଚନାଯୋଗ୍ୟଯେ, ରାଜ୍ୟରେ ଏଯାବତ ୯ ଲକ୍ଷ ୫୫ ହଜାର ୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଂଟା ମଧ୍ୟରେ ୧୬୪୮ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ୯ ଲକ୍ଷ ୩୦ ହଜାର ୪୧୮ ଜଣ ସୁସ୍ଥ ହୋଇଥିବାବେଳେ ଏବେ ୨୦୩୮୭ ଜଣ ଚିକିତ୍ସିତ ହେଉଛନ୍ତି ।
Powered by Froala Editor