ପାରିବାରିକ କଳହରୁ ବିଗିଡ଼ିଲା ମାନସିକ ସ୍ଥିତି,ପୁଅ, ଝିଅଙ୍କୁ କୂଅକୁ ଠେଲିଦେଲା ମା’
ଭୁବନେଶ୍ୱର : ପାରିବାରିକ କଳହରୁ ମାନସିକ ସ୍ଥିତି ବିଗିଡ଼ିଯିବା ଏବଂ ମା’ର ମମତା ବି ଫିକା ପଡ଼ିଯିବା ଭଳି ଘଟଣା କନ୍ଧମାଳ ଜିଲ୍ଲା ରାଇକିଆରେ ଦେଖିବାକୁ ମିଳିଛି । ଅତିଷ୍ଠ ମାଆ ନିଜକୁ ଦୁଇ ଶିଶୁଙ୍କୁ କୂଅରେ ଠେଲିଦେଇଛି । ନିଜେ ଆତ୍ମହତ୍ୟା ଉଦ୍ୟମ କରି ମଧ୍ୟ ବର୍ତ୍ତି ଯାଇଛି । ରାଇକିଆ ଖ୍ରୀଷ୍ଟିଆନ ସାହିର ଏମ ରାଜେଶ ପାତ୍ର ଓ ତାଙ୍କ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ପ୍ରବଳ ଝଗଡ଼ା ପରେ ପୁଅ ଭେଙ୍କେଟଶ (୫) ଓ ଝିଅ ବୈଷ୍ଣବୀ (୯)ଙ୍କୁ ଧରି ଭାଗ୍ୟଲକ୍ଷ୍ମୀ କେଉଁଆଡେ଼ ଚାଲିଯାଇଥିଲେ । ରାତିସାରା ବହୁ ଖୋଜାଖୋଜି ପରେ ସକାଳୁ ଅଲିମାହାରେ ଥିବା ଏକ କୂଅରୁ ଦୁଇ ଶିଶୁ ଭେଙ୍କେଟେଶ ଓ ବୈଷ୍ଣବୀଙ୍କ ମୃଦଦେହ ପଡ଼ିଥିବା ଓ କୂଅ ପାଖରେ ଭାଗ୍ୟଲକ୍ଷ୍ମୀ ଥିବା ନେଇ ସ୍ୱାମୀ ଖବର ପାଇଥିଲେ । ତୁରନ୍ତ ଏ ନେଇ ରାଇକିଆ ପୁଲିସକୁ ଅବଗତ କରାଯିବା ପରେ ଦମକଳ ବାହିନୀ ସହାୟତାରେ ଦୁଇ ଶିଶୁଙ୍କୁ ଉଦ୍ଧାର କରି ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । ହେଲେ ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor