ପୁରୀରେ ଘର ଉପରେ ନଜର ରଖିବ ଡ୍ରୋନ
ଭୁବନେଶ୍ୱର : ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ବି ଜିଲ୍ଲା ପ୍ରଶାସନ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫୁ୍ୟ ଲଗାଇଛି । ବଡ଼ଦାଣ୍ଡ ହୋଟେଲ, ଲଜ, ଧର୍ମଶାଳା ଆଦିକୁ ୪ ଦିନ ପାଇଁ ବନ୍ଦ ଘୋଷଣା କରିଛି । ସବୁର ବୁକିଂ ବାତିଲ୍ କରାଯାଇଛି । ରଥଯାତ୍ରାର ବିଶୃଙ୍ଖଳା ଯେଭଳି ପୁନରାବୃତ୍ତି ନ ଘଟେ ସେଥିପାଇଁ ବଡ଼ଦାଣ୍ଡ ଉପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ବଡ଼ଦାଣ୍ଡ ସଂଲଗ୍ନ ଘରଗୁଡ଼ିକରେ ରହୁଥିବା ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି । ଘରୁ ବାହାରି ରଥଯାତ୍ରା ଦର୍ଶନରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଘର ଉପରେ ନଜର ରଖିବା ପାଇଁ ପୁଲିସ ସହ ଡ୍ରୋନ୍ ଉଡ଼ାଇବାକୁ ନିଷ୍ପତ୍ତି ହୋଇଛି ।
ବାହୁଡ଼ାଯାତ୍ରାରେ କେବଳ ଜରୁରୀକାଳୀନ ସେବାକୁ ବାଦଦେଲେ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ହୋଟେଲ, ଲଜ ମାଲିକ ଆଦିଙ୍କୁ ସ୍ଥାନୀୟ ଥାନାକୁ ଏ ସମ୍ପର୍କରେ ଅଣ୍ଡରଟେକିଂ ଲେଖି ଦେବାକୁ କୁହାଯାଇଛି । ପୁରୀ ପୌରସଂସ୍ଥା ବଡ଼ଦାଣ୍ଡ ସଂଲଗ୍ନ ଘରେ ରହୁଥିବା ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି । କର୍ଫୁ୍ୟ ସମୟରେ ଯଦି ସଦସ୍ୟ ସଂଖ୍ୟା ବାଦ କେହି ଘରେ ରହିଥିବାର ପ୍ରମାଣ ମିଳେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି । ଔଷଧ ଦୋକାନ ସହ ଅନ୍ୟାନ୍ୟ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ବି ଜୁଲାଇ ୧୯ ତାରିଖ ରାତି ୮ଟାରୁ ଜୁଲାଇ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ରଥଯାତ୍ରା ଭଳି ବାହୁଡ଼ାଯାତ୍ରାରେ ବି କର୍ଫୁ୍ୟର ୪୮ ଘଣ୍ଟା ଜିଲ୍ଲାର ୮ ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ କରାଯିବ । ବାହାର ଜିଲ୍ଲା ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହାବାଦ ପୁରୀର ତିନି ପ୍ରମୁଖ ପ୍ରବେଶ ପଥ ବାଟଗାଁ ଛକ, ମଙ୍ଗଳାଘାଟ ଛକ ଓ ଗ୍ରିଡ ଷ୍ଟେସନ ଛକକୁ ବି ସିଲ କରାଯିବ । ଜିଲ୍ଲା ଭିତର ଲୋକେ ବି ପୁରୀ ସହର ଭିତରକୁ ପ୍ରବେଶ କରିପାରିବେନି ।
Powered by Froala Editor