କରୋନା ନେଲାଣି ୫ ହଜାର ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ୫ ହଜାର ଜୀବନ ଯାଇସାରିଲାଣି । ସମ୍ପ୍ରତି ୯ ଲକ୍ଷ ୫୪ ହଜାର ୩୨୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯ ଲକ୍ଷ ୨୭ ହଜାର ୯୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଅପରପକ୍ଷରେ ଏବେ ୨୧୨୮୯ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ମୃତୁ୍ୟ ସଂଖ୍ୟା ୫୦୫୮ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୯୮, ବାଲେଶ୍ୱରରେ ୧୫୬, ବରଗଡ଼ରେ ୨୪୧, ଭଦ୍ରକରେ ୫୮, ବଲାଙ୍ଗୀରରେ ୮୮, ବୌଦ୍ଧରେ ୯୬, କଟକରେ ୩୧୧, ଦେବଗଡ଼ରେ ୩୫, ଢେଙ୍କାନାଳରେ ୧୦୧, ଗଜପତିରେ ୭୯, ଗଞ୍ଜାମରେ ୪୧୬, ଜଗତସିଂହପୁରରେ ୮୭, ଯାଜପୁରରେ ୫୮, ଝାରସୁଗୁଡ଼ାରେ ୧୩୬, କଳାହାଣ୍ଡିରେ ୧୯୨, କନ୍ଧମାଳରେ ୬୧, କେନ୍ଦ୍ରାପଡ଼ାରେ ୧୦୯, କେନ୍ଦୁଝରରେ ୯୨, ଖୋର୍ଦ୍ଧାରେ ୮୯୭, କୋରାପୁଟରେ ୬୭, ମାଲକାନାଗିରିରେ ୪୦, ମୟୂରଭଞ୍ଜରେ ୧୮୪, ନବରଙ୍ଗପୁରରେ ୫୩, ନୟାଗଡ଼ରେ ୧୩୯, ନୂଆପଡ଼ାରେ ୭୩, ପୁରୀରେ ୩୦୪, ରାୟଗଡ଼ାରେ ୧୫୨, ସମ୍ବଲପୁରରେ ୧୫୦, ସୁବର୍ଣ୍ଣପୁରରେ ୪୫ ଓ ସୁନ୍ଦରଗଡ଼ରେ ୪୪୦ ଜଣ ମୃତୁ୍ୟବରଣ କରିଛନ୍ତି ।
Powered by Froala Editor