ଏଣିକି ସିବିଏସଇ ଢାଂଚାରେ ହେବ ନବମ ଓ ଦଶମ ମୂଲ୍ୟାଙ୍କନ
ଭୁବନେଶ୍ୱର : ଏଣିକି ସିବିଏସଇ ଢାଂଚାରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କର ମୂଲ୍ୟାଙ୍କନ କରାଯିବ । ତେଣୁ ନବମ ଓ ଦଶମ ଶ୍ରେଣୀ ପିଲାମାନେ ସ୍କୁଲରେ ହେବାକୁ ଥିବା ଆସେସମେଂଟ ପରୀକ୍ଷାକୁ ଗୁରୁତର ସହ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି । ଯଦି କୋଭିଡ଼ ପାଇଁ ଆସନ୍ତା ବର୍ଷ ପରୀକ୍ଷା ନହୋଇପାରେ ତେବେ ଏହା ଅନୁସାରେ ମୂଲ୍ୟାଙ୍କନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତିଯେ, ନବମ ଓ ଦଶମ ଶ୍ରେଣୀରେ ବର୍ଷ ତମାମ ଆସେସମେଂଟ ପରୀକ୍ଷା ଚାଲିବ । ବର୍ଷକରେ ୪ଟି ଫର୍ମେଟିଭ ଓ ୨ଟି ସବମିଟିଭ ପରୀକ୍ଷା କରାଯିବ । ସେପ୍ଟେମ୍ବର ୨ୟ ସପ୍ତାହ ଓ ନଭେମ୍ବର ପ୍ରଥମ ସପ୍ତାହରେ ପିଲାମାନଙ୍କର ପରୀକ୍ଷା ହେବ । ଏହାଛଡ଼ା ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ମଧ୍ୟ ପରୀକ୍ଷା କରାଯିବ । ଆସେସମେଂଟ ପରୀକ୍ଷା ସରିବା ପରେ ଫାଇନାଲ ପରୀକ୍ଷା ହେବବୋଲି ସେ କହିଛନ୍ତି । ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଂଟ ଟେଷ୍ଟ ପରିଚାଳନା ହେବ । ତେଣୁ ନବମ ଓ ଦଶମ ପିଲାମାନେ ପରୀକ୍ଷାକୁ ଗୁରୁତ୍ୱର ସହ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
Powered by Froala Editor