୫ ଦିନ ପାଇଁ ଖୋଲିଲା ସାବରିମାଲା ମନ୍ଦିର
କେରଳ: କରୋନା ମହାମାରୀ ପାଇଁ ଦୀର୍ଘଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର । ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ମାସିକ ପୂଜାପାଠ ପାଇଁ ଏହା ଫିଟା ଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ସର୍ବାଧିକ ୫ ହଜାର ଭକ୍ତଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଯେଉଁମାନେ ଅନଲାଇନରେ ବୁକିଂ କରିଥିବେ କେବଳ ସେହି ଭକ୍ତମାନେ ଭିତରକୁ ଯାଇପାରିବେ । ପୂଜା ସମୟରେ କୋଭିଡ୍ କଟକଣା ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ମନ୍ଦିରକୁ ପ୍ରବେଶ ବେଳେ ସମେସ୍ତ ମାସ୍କ ପିନ୍ଧିବା ଜରୁରି । ସେହିପରି ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି । କେବଳ ସେତିକି ନୁହେଁ, ଭକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ କରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
Powered by Froala Editor