ପ୍ରଶାନ୍ତ ମହାସାଗରରେ ବଳ ଗୋଟାଉଛି ‘ଫେଲିସିଆ’, ସ୍ଥଳ ଭାଗରେ ମାଡ ହେବା ଆଶଙ୍କା କମ୍
୧୩୦ ମାଇଲ ଦୂରରୁ ମାଡି ଆସୁଛି ପ୍ରଳୟଙ୍କାରୀ ବାତ୍ୟା । ପୂର୍ବ ପ୍ରଶାନ୍ତ ମହାସାଗରରେ ବଳ ଗୋଟାଉଛି । ଯାହାର ନାଁ ରଖାଯାଇଛି ଫେଲିସିଆ । ଏହି ବାତ୍ୟା ଯୋଗୁଁ ୨୦୦ରୁ ଅଧିକ ବେଗରେ ପବନ ବୋହିପାରେ ବୋଲି ଅନୁମାନ କରାଯାଉଛି ।
ଏବେ ଫେଲିସିଆ ଧିରେଧିରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଭୁପୃଷ୍ଠ ଆଡକୁ ମାଡି ଆସୁଛି । ଏହା ଆମେରିକାର ହିଲୋ ପ୍ରାନ୍ତରୁ ୨୧୨୦ ମାଇଲ ଓ କାଲିଫର୍ଣ୍ଣିଆ ଉପକୂଳରୁ ଏହା ୧୦୩୦ ମାଇଲ୍ ଦୂରରେ ରହିଛି । ବାତ୍ୟା ଯେଉଁଠି କେନ୍ଦ୍ରୀଭୂତ ହୋଇଛି ସେଠାରେ ଘଣ୍ଟା ପ୍ରତି ୨୫ କିମି ବେଗରେ ପବନ ବୋହୁଥିବା ବେଳେ ସ୍ଥଳଭାଗରେ ମାଡ ହେବା ପରେ ୨୦୦ କିମି ବେଗରେ ପ୍ରତି ପବନ ବହିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।
ଫେଲିସିଆ ସ୍ଥଳଭାଗରେ ମାଡ ହେବା ଆଶଙ୍କା କମ ରହିଛି । ଏହା ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହୋଇଯିବ । କାରଣ ଏହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ମିଆମି ନ୍ୟାଶନାଲ ହରିକେନ୍ ସେଣ୍ଟରର ରିପୋର୍ଟ ଅନୁସାରେ, ଫେଲିସିଆ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରବେଶ ବେଳକୁ ଦୁର୍ବଳ ହୋଇସାରିଥିବ । କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ପ୍ରବେଶ କରିବା ସତ୍ତ୍ୱେ ଏହା ହାଓ୍ୱାଲିଆନ ଦ୍ୱୀପରୁ ଦୂରରେ ରହିବ । ରବିବାର ରାତିରୁ ହିଁ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ସପ୍ତାହର ବୁଧବାର ଯାଏଁ ଜାରି ରହିପାରେ । ବୁଧବାର ସୁଦ୍ଧା ଏହା ଅତି ଦୁର୍ବଳ ହୋଇ ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ହାଓ୍ୱାଇ ଦ୍ୱୀପ ଆଡେ ମୁହାଁଇପାରେ । ଯେହେତୁ ଫେଲିସିଆ ଏବେ ବହୁ ଦୂରରେ ଅଛି ତେଣୁ ଏହା ହାଓ୍ୱାଇ ଉପରେ କିଛି ପ୍ରଭାବ ପକାଇବ ନା ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ ।
Powered by Froala Editor