ଭିଜିଲାନ୍ସ ଜାଲରେ ଓଟିଡିସିର ୨ ଯନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋରାପୁଟ ଓଟିଡିସିର ୨ ଜଣ ଯନ୍ତ୍ରୀ । ସେମାନେ ହେଲେ ସହକାରୀ ଯନ୍ତ୍ରୀ ଭରତ ନାୟକ ଓ କନିଷ୍ଠ ଯନ୍ତ୍ରୀ କ୍ଷିରୋଦ ବେହେରା । ଭୁବନେଶ୍ୱର ଆସି ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୧ ଲକ୍ଷ ଲାଞ୍ଚ ନେଇ ଉଭୟ ଧରାପଡ଼ିଛନ୍ତି । ସେମାନଙ୍କୁ ଠାରୁ ଟଙ୍କା ଜବତ କରାଯାଇଛି । ଦୁଇ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଉଠାଇ ନେଇ ପଚରାଉଚର କରୁଥିବା ଜଣାଯାଇଛି ।
ତେବେ ଦୁର୍ନୀତିକୁ ବିରୋଧରେ ରାଜ୍ୟ ସରକାର ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରୁଥିବାବେଳେ ସରକାରୀ କର୍ମଚାରୀଙ୍କ ଭିତରେ ଲାଞ୍ଚଖୋର ମନୋବୃତ୍ତି କମୁନଥିବା ଦେଖାଯାଉଛି । ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ବାରମ୍ବାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସତ୍ତ୍ୱେ ଅଧିକାଂଶ କର୍ମଚାରୀ ଚେତୁନାହାନ୍ତି ।
Powered by Froala Editor