କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ଯାତାୟାତ ଯୋଗୁଁ ବଢୁଛି ସଂକ୍ରମଣ

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଟିକାକରଣ ଅଭିଯାନକୁ ଜୋରଦାର କରୁଛନ୍ତି । ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି । ଏହା ସତ୍ତ୍ୱେ କରୋନା ସଂକ୍ରମଣ କମୁନାହିଁ । ତେବେ କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ଯାତାୟାତ ଯୋଗୁଁ ସଂକ୍ରମଣ ବଢୁଥିବା ସୂଚନା ମିଳିଛି । ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ, ସରକାର ସବୁ ଦୃଷ୍ଟିରୁ ଚିନ୍ତା କରି ଲକଡାଉନ କୋହଳ କରିଛନ୍ତି । ତେବେ ସବୁ ଦାୟିତ୍ୱ ସରକାରଙ୍କର ନୁହେଁ, କମୁ୍ୟନିଟିର ସହଯୋଗ ମଧ୍ୟ ଦରକାର । ସରକାର ଓ କମୁ୍ୟନିଟି ମିଶିଲେ ଯାଇ ମହାମାରୀକୁ ନିୟନ୍ତ୍ରଣ କରିହେବ । କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ଯାତାୟାତ ଯୋଗୁଁ ସଂକ୍ରମଣ ବଢୁଛି । କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ପ୍ଲାଟୋ ଅବସ୍ଥାରେ ରହୁଛି । ଆଡମିଶନ, ସିଭିୟରଟି କମିଛି । ସଂକ୍ରମିତ ରୋଗୀ ଗୁରୁତର ହେଉନାହାନ୍ତି । ଆନ୍ତର୍ଜାତୀୟ ରିପୋର୍ଟରେ ଟିକା ନେବା ପରେ ୦.୩ ପ୍ରତିଶତ ସଂକ୍ରମିତ ହେଉଛନ୍ତି । ଦ୍ୱିତୀୟ ଡୋଜ ଟିକା ନେବା ପରେ କେହି ଗୁରୁତର ହେଉନାହାନ୍ତି । ଟିକା ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢୁଛି ବୋଲି ବିଜୟ ମହାପାତ୍ର କହିଛନ୍ତି ।
Powered by Froala Editor