ରାଜ୍ୟରେ ମୌସୁମୀ ସକ୍ରିୟ, ୨୧ରେ ଲଘୁଚାପ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପରି ମନେ ହେଉଥିବାବେଳେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ୨୧ ତାରିଖ ଦିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହା ଦ୍ୱାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ପ୍ରକାଶ ଯେ, ମୌସୁମୀ ପାଇଁ ଓଡ଼ିଶାରେ ଚଳିତ ବର୍ଷ ଭଲ ବର୍ଷାନେଇ କୁହାଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ସେମିତି ବର୍ଷା ହୋଇନାହିଁ । ବର୍ଷା ଅଭାବରୁ ଅଧିକାଂଶ ଜିଲ୍ଲାରେ ଗଜାମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
Powered by Froala Editor