ଆମ୍ବ ଖାଇବା ପରେ ଏହି ତିନୋଟି ଜିନିଷ ଖାଆନ୍ତୁ ନାହିଁ
ଆମ୍ବରେ ରହିଛି ପ୍ରଚୁର ପରିମାଣର ଭିଟାମିନ ଏ, ବି, ସି, ଫାଇବର, ପ୍ରୋଟିନ ଓ କ୍ୟାଲସିୟମ । ଏହା ଖାଲିଯେ, ସୁଆଦିଆ ତାହା ନୁହେଁ ଦେହ ପାଇଁ ବି ହିତକର । ତେବେ ଏଭଳି ୩ଟି ଜିନିଷ ରହିଛି, ଯାହାକୁ ଆଦୌ ଖାଇବା ଉଚିତ ନୁହେଁ ।
କଲରା : ଆମ୍ବ ଖାଇବା ପୂର୍ବରୁ ବା ପରେ ଅଥବା ଆମ୍ବ ସହିତ କଲରା ଖାଆନ୍ତୁ ନାହିଁ । କାରଣ ଆମ୍ବର ପୋଷକତତ୍ତ୍ୱ ସହିତ କଲରାର ପିତା ଗୁଣ୍ଡ ମିଶିବା ଯୋଗୁଁ ପାଚନ କି୍ରୟା ପ୍ରଭାବିତ ହୋଇଥାଏ । ଫଳରେ ପେଟ ରୋଗ ଭଳି ସମସ୍ୟା ସୃଷ୍ଟି ହୁଏ ।
ଲଙ୍କା : କେତେକ ବ୍ୟକ୍ତି ଭାତ ଓ ରୁଟି ସହିତ କଞ୍ଚାଲଙ୍କା ଖାଇବାକୁ ପସନ୍ଦ କରନ୍ତି । କଞ୍ଚାଲଙ୍କାର ରାଗଗୁଣ ଯୋଗୁଁ ସ୍ନାୟୁଗୁଡ଼ିକ ଉତ୍ତେଜିତ ହୋଇଥାନ୍ତି । ତେଣୁ ଏହା ସହିତ ଆମ୍ବ ଖାଇଲେ ସ୍ନାୟୁତନ୍ତ୍ରୀ ଶିଥିଳ ହୋଇଥାଏ । ତେଣୁ ଏକା ସାଙ୍ଗରେ କଞ୍ଚାଲଙ୍କା ଓ ଆମ୍ବ ଖାଇବା ଦ୍ୱାରା ରାଗ ଓ ମିଠାଗୁଣର ମିଶ୍ରଣ ସ୍ନାୟୁତନ୍ତ୍ରୀକୁ ପ୍ରଭାବିତ କରିଥାଏ ।
ରାଇତା : ଆମ୍ବ ସହିତ ଆମ୍ବ ଖାଇବା ପରେ ସୋରିଷ ପ୍ରସ୍ତୁତ ରାଇତା ନ ଖାଇବା ପାଇଁ ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି । ଏହା ଦ୍ୱାରା ହଜମ ପ୍ରକି୍ରୟା ସହଜରେ ହୋଇପାରିନଥାଏ ।
Powered by Froala Editor