ନିଜ ତରଫରୁ ୨୦ ଲକ୍ଷ ଆକାଉଣ୍ଟ ବନ୍ଦ କଲା ହ୍ୱାଟସଆପ୍
ଅଶ୍ଳୀଳ ତଥା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିବା ଅଭିଯୋଗରେ ମେ’ ୧୫ରୁ ମେ’ ୨୫ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ହ୍ୱାଟସଆପ୍ ନିଜ ତରଫରୁ ବନ୍ଦ କରି ଦେଇଛି। କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ନୂଆ ସୂଚନା ପ୍ରଦ୍ୟୋଗିକି ନିୟମ ଆଧାରରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଆକାଉଣ୍ଟ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତି ମାସରେ ଅନୂପାଳନ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ହୋଇଛି । ଏହି ରିପୋର୍ଟରେ ସଂପୃକ୍ତ ଡିଜିଟାଲ ମିଡିଆର କେତେ ଗ୍ରାହକ ଅଭିଯୋଗ କରିବାକୁ ଚାହୁଁଛନ୍ତି ଏବଂ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହେଉଛିୁ କି ନାହିଁ ସେ ନେଇ ପୂରା ତଥ୍ୟ ରହିବ । ତେଣୁ ଏହି ନିୟମକୁ କଡାକଡି ପାଳନ କରିବାକୁ ଯାଇ ସନ୍ଦେହପୂର୍ଣ୍ଣ ଆକାଉଣ୍ଟକୁ ବ୍ୟାନ୍ କରିଛି ହ୍ୱାଟସଆପ୍ ।
ସଂସ୍ଥା ପକ୍ଷରୁ ଜାରି ସୁରକ୍ଷା ସମ୍ପର୍କିତ ନିୟମକୁ ଏହି ଆକାଉଣ୍ଟ ଗୁଡ଼ିକ ଉଲ୍ଲଙ୍ଘନ କରିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଏହି ଆକାଉଣ୍ଟ ଗୁଡ଼ିକ ଜାରି ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଥିଲା। ଏହାପରେ ଏଗୁଡ଼ିକ ବ୍ୟାନ୍ କରାଯାଇଛି ବୋଲି ହ୍ୱାଟସଆପ୍ କହିଛି।
Powered by Froala Editor