Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ...

  • ଆମେରିକା କଲା ଏହି ଶକ୍ତିଶାଳୀ ...

  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ...

  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ...

  • ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ...

  • ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି

  • ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ...

  • ଲାଗିରହିଛି ଯୁଦ୍ଧ: ଭାରତୀୟ ସେୟାର ବଜାରରେ ...

  • ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କଳିଙ୍ଗନଗରରୁ ସ୍ଥାନାନ୍ତର ହେବନି ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ

କଳିଙ୍ଗନଗରରୁ ସ୍ଥାନାନ୍ତର ହେବନି ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ

2025-08-08 05:50:37
15179
Share:
Facebook
Twitter
E-Mail
WhatsApp
Telegram
କଳିଙ୍ଗନଗରରୁ ସ୍ଥାନାନ୍ତର ହେବନି ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ

ନୂଆଦିଲ୍ଲୀ: କଳିଙ୍ଗନଗରରୁ ସ୍ଥାନାନ୍ତର ହେବନି ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନଏସଆଇ)। ଅବହେଳା ଯୋଗୁ ୨୫ ବର୍ଷ ହେବ କାର୍ଯ୍ୟକ୍ଷମ ହୋଇପାରିନଥିବା ଏହି ପ୍ରତିଷ୍ଠାନକୁ କଳିଙ୍ଗନଗରରୁ ରାଉରକେଲାକୁ ସ୍ଥାନାନ୍ତର ଉଦ୍ୟମ ହୋଇଥିଲା। ପୂର୍ବରୁ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ସ୍ଥାନାନ୍ତର ପାଇଁ ସବୁଜ ସଂକେତ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଯାଜପୁର ସାଂସଦ ଡ. ରବିନାରାୟଣ ବେହେରାଙ୍କ ଉଦ୍ୟମ ଯୋଗୁଁ ସ୍ଥାନାନ୍ତର ପ୍ରକ୍ରିୟା ବାତିଲ୍‌ ହୋଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ଭେଟିବା ଅବସରରେ ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ, ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ, ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ନୂଆଦିଲ୍ଲୀରେ କେନ୍ଦ୍ର ଇସ୍ପାତ, ଭାରୀଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଓ ସାଂସଦ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ତତ୍କାଳ ସ୍ଥାନାନ୍ତର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀରେ ବୁଧବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ କୁମାରସ୍ୱାମୀଙ୍କୁ ଭେଟି ଓଡ଼ିଶା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ଟାଟା, ଜେଏସଡବ୍ଲୁ ଭଳି ସମେତ ଅନ୍ୟାନ୍ୟ ବଡ଼ ଇସ୍ପାତ କାରଖାନାରୁ ବାର୍ଷିକ ୧୩ ଏମଟିପିଏ ଇସ୍ପାତ ଉତ୍ପାଦନ ହେଉଛି। ଭବିଷ୍ୟତରେ ଏଠାରୁ ବାର୍ଷିକ ୩୦ ଏମଟିପିଏ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରହିଛି। ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟ ସରକାର କଳିଙ୍ଗ ନଗର ଅଞ୍ଚଳରେ ୨୫ ଏକର ଜମି ସମେତ ସିଟି କ୍ୟାମ୍ପସ ନିର୍ମାଣ ପାଇଁ ଭୁବନେଶ୍ୱରର ବାଲିଅନ୍ତା ଠାରେ ୫ ଏକର ଜମି ଆବଣ୍ଟିତ କରିଛନ୍ତି। ଦେଶରେ ବାର୍ଷିକ ୩ଶହ ଏମପିଟିଏ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ପୂରଣ ପାଇଁ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଭଳି ଉତ୍ସର୍ଗୀକୃତ ଦକ୍ଷତା ବିକାଶ ପ୍ରତିଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ଏବଂ ସିଟି କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ। ଅସ୍ଥାୟୀ କ୍ୟାମ୍ପସ ନିର୍ମାଣ ଏବଂ ଭିତ୍ତିଭୂମି ନିର୍ମାଣ ନିମନ୍ତେ ରାଜ୍ୟ ସରକାର ସମସ୍ତ ଆନୁସଙ୍ଗିକ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନକୁ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ଭାବେ ଗଢ଼ିତୋଳିବାକୁ ମୁଖ୍ୟମନ୍ତ୍ରୀ ମାଝୀ ପ୍ରସ୍ତାବ ଦେଇଥିଲେ। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ପ୍ରସଙ୍ଗରେ କେନ୍ଦ୍ର ସରକାର ସକାରାତ୍ମକ ଭାବେ ବିଚାର କରି ସ୍ଥାନାନ୍ତର ନିଷ୍ପତିକୁ ରଦ୍ଦ କରିବେ ବୋଲି ମନ୍ତ୍ରୀ କୁମାରସ୍ୱାମୀ କହିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କିଛିଦିନ ତଳେ ମଧ୍ୟ ଇସ୍ପାତ ମନ୍ତ୍ରୀଙ୍କୁ ଜାତୀୟ ଇସ୍ପାତ ପ୍ରତିଷ୍ଠାନ କଳିଙ୍ଗନଗରରୁ ରାଉରକେଲା ସ୍ଥାନାନ୍ତର ବାତିଲ୍‌ କରିବା ପାଇଁ ଏକ ପତ୍ର ଲେଖିଥିଲେ।

Powered by Froala Editor

Tags Steel plant

Related articles Odisha News Lens 4.1

  • ଆମେରିକା କଲା ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପରୀକ୍ଷଣ
    ଦେଶ-ଦେଶାନ୍ତର

    ଆମେରିକା କଲା ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପରୀକ୍ଷଣ

    14626
    Mar 05, 2026
  • ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ
    ଦେଶ-ଦେଶାନ୍ତର

    ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ

    15165
    Mar 04, 2026
  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ନାମାଙ୍କନ ଦାଖଲ କଲେ ନୀତିଶ କୁମାର

    14808
    Mar 05, 2026
  •  ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ
    ବିଶେଷ

    ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14306
    Mar 05, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ...
    ବାଣିଜ୍ୟ

    ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ...

    13610
    Mar 05, 2026
  • ଲାଗିରହିଛି ଯୁଦ୍ଧ: ଭାରତୀୟ ସେୟାର ବଜାରରେ ଭୂକମ୍ପ, ଷ୍ଟକ୍ ମୂଲ୍ୟରେ ଦ୍ରୁତ ହ୍ରାସ
    ଦେଶ-ଦେଶାନ୍ତର

    ଲାଗିରହିଛି ଯୁଦ୍ଧ: ଭାରତୀୟ ସେୟାର ବଜାରରେ ଭୂକମ୍ପ, ଷ୍ଟକ୍ ମୂଲ୍ୟରେ ଦ୍ରୁତ ହ୍ରାସ

    15175
    Mar 04, 2026
  • ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ
    ଦେଶ-ଦେଶାନ୍ତର

    ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ

    15494
    Mar 04, 2026
  • ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ସିନ୍ଧୁ
    ଦେଶ-ଦେଶାନ୍ତର

    ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ସିନ୍ଧୁ

    14763
    Mar 03, 2026
  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    14794
    Mar 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ସିନ୍ଧୁ

    14763
    Mar 03, 2026
  • ବିଶେଷ

    ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14306
    Mar 05, 2026
  • ଦେଶ-ଦେଶାନ୍ତର

    ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    14794
    Mar 05, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17361
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17774
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16246
    Apr 03, 2021

ବିଶେଷ

  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14306
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    14790
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14000
    Mar 02, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    15028
    Feb 28, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14650
    Feb 27, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15667
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15125
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14976
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14489
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    13610
    Mar 05, 2026
  • ଆମେରିକା କଲା ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପରୀକ୍ଷଣ

    14626
    Mar 05, 2026
  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    14794
    Mar 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In