ଭାରତ ତା’ର କୃଷକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ ଉପରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେ କାହା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସ୍ପଷ୍ଟ ଶବ୍ଦରେ କହିଛନ୍ତି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀରେ ଏମ୍.ଏସ୍. ସ୍ୱାମୀନାଥନ ଶତବାର୍ଷିକୀ ଆନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାଧାନମନ୍ତ୍ରୀ ମୋଦୀ କାହାର ନାମ ନନେଇ ଆମେରିକାକୁ କଡ଼ା ଜବାବ ଦେଇଥିଲେ।
ଭାରତ ଉପରେ ଆମେରିକା ମନଇଚ୍ଛା ବାଣିଜ୍ୟ ଚୁକ୍ତି କରାଇବା ପାଇଁ ଚାପ ସୃଷ୍ଟି କରିବାର ରଣନୀତି ଭାବେ ଦେଖାଯାଉଛି। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଦେଇଛନ୍ତି ଯେ ଭାରତ କୌଣସି ପରିସ୍ଥିତିରେ ମୁଣ୍ଡ ନୁଆଁଇବ ନାହିଁ ।
ଟ୍ରମ୍ପ ଭାରତ ଉପରେ ରୁଷିଆରୁ ତୈଳ କିଣିବା ପାଇଁ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇବାର ୨୪ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ବାର୍ତ୍ତା ଦେଇଛନ୍ତି। ଟ୍ରମ୍ପଙ୍କ ଏହି ଟାରିଫ ମିସାଇଲକୁ ଭାରତ ଉପରେ ମନଇଚ୍ଛା ବାଣିଜ୍ୟ ଚୁକ୍ତି କରାଇବା ପାଇଁ ଚାପ ସୃଷ୍ଟି କରାଯାଉଛି ।
ସେ କହିଥିଲେ ଯେ, "ଭାରତ କେବେବି ଏହାର ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀ ଭାଇଭଉଣୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ। ମୁଁ ଜାଣେ ଯେ, ବ୍ୟକ୍ତିଗତ ଭାବରେ ଏଥିପାଇଁ ମୋତେ ବହୁତ ମୂଲ୍ୟ ଦେବାକୁ ପଡିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ। ଭାରତ ତା’ର କୃଷକମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସେମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ ମୁଁ ତାହା କରିବାକୁ ପ୍ରସ୍ତୁତ।"
Powered by Froala Editor