ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ଛୋଟ ଝିଅ

ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ହୋଇଛି ଜଣେ ଭାରତୀୟ ବଂଶୋଦ୍ଭବ ଛଅ ବର୍ଷର ଝିଅ । ଏକ ୫ ଜଣିଆ ଗ୍ୟାଙ୍ଗ ନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ କରିଛି। ଅଭିଯୁକ୍ତମାନଙ୍କ ବୟସ ୮ରୁ ୧୪ ବର୍ଷ ମଧ୍ୟରେ ହେବ। ନାବାଳିକାଙ୍କ ବର୍ଣ୍ଣକୁ ନେଇ ତାଙ୍କୁ ‘ଡାର୍ଟି ଇଣ୍ଡିଆନ’ ବା ଅପରିଷ୍କାର ଭାରତୀୟ ବୋଲି କହି ସେମାନେ ଆକ୍ରମଣ କରିଥିଲେ।
କେରଳର କୋଟ୍ଟାୟମର ବାସିନ୍ଦା ନିଆ ନବୀନ ଦକ୍ଷିଣ-ପୂର୍ବ ଆୟରଲ୍ୟାଣ୍ଡର ୱାଟରଫୋର୍ଡ ସହରରେ ତାଙ୍କ ଘର ବାହାରେ ଖେଳୁଥିଲେ, ସେତେବେଳେ ୮ରୁ ୧୪ ବର୍ଷ ବୟସର ପିଲାମାନଙ୍କର ଏକ ଦଳ ତାଙ୍କ ଉପରେ ଆକ୍ରମଣ କରିଥିଲା। ସେମାନେ ତାଙ୍କୁ ‘ଅପରିଷ୍କାର’ ବୋଲି କହିଥିଲେ ଏବଂ ଭାରତ ଫେରିଯାଓ ବୋଲି କହିଥିଲେ ।
ଝିଅଟିର ମାଆ ଅନୁପା କହିଛନ୍ତି ଯେ ସେହି ଦଳ ତାଙ୍କ ଝିଅର ମୁହଁରେ ମୁଥ ମାରିଥିଲେ, ସାଇକେଲରେ ତାଙ୍କ ଗୁପ୍ତାଙ୍ଗକୁ ଆଘାତ କରିଥିଲେ, ତାଙ୍କ ବେକରେ ମୁଥ ମାରିଥିଲେ ଏବଂ ତାଙ୍କ କେଶ ମଧ୍ୟ ଟାଣିଥିଲେ। ଅନୁପାଙ୍କ ଅନୁଯାୟୀ, ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଝିଅଟି ତାଙ୍କ ଘର ବାହାରେ ଖେଳୁଥିଲା ଏବଂ ସେ ତାଙ୍କ ୧୦ ମାସର ପୁଅକୁ ଖାଇବାକୁ ଦେବାକୁ ଘର ଭିତରକୁ ଯାଇଥିଲେ। କିଛି ମିନିଟ୍ ପରେ, ଝିଅଟି କାନ୍ଦି କାନ୍ଦି ଘରକୁ ଫେରିଲା।
୫ ଜଣ ପିଲା ଆସି ତାଙ୍କୁ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ସାଇକେଲ ଜରିଆରେ ଆଘାତ ଦେଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଚଳାଇଛି।
Powered by Froala Editor