ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଜେଲ ଗଲେ ମହିଳା

ନୂଆଦିଲ୍ଲୀ: ପୁରୁଷ ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଜେଲ ପଠାଇଲେ। ପରେ ମାମଲା ରଫାଦଫା କରିବାକୁ ୧ କୋଟି ଟଙ୍କା ମାଗିଲେ ମହିଳା। ଶେଷରେ ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ଉତ୍ତର ମୁମ୍ବଇରେ ଥିବା ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ବୋଲି ଜଣାପଡ଼ିଛି। ବ୍ଲାକମେଲ ଏବଂ ବଟି ଆଦାୟ ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଡଲି କୋଟକ ନାମ୍ନୀ ମହିଳା ଜଣକ ଆରବିଏଲ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଜଣେ ଆଇଟି କର୍ମଚାରୀଙ୍କ ବିରୋଧରେ ସେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ ଅଭିଯୁକ୍ତ ଆଇଟି କର୍ମଚାରୀଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ଡଲି ଏତିକିରେ ସନ୍ତୁଷ୍ଟ ହୋଇ ନ ଥିଲେ। କୋର୍ଟ ପରିସରରେ ସେ ଅଭିଯୁକ୍ତଙ୍କ ଭଉଣୀଙ୍କୁ ଜାମିନ କାଗଜପତ୍ର ପାଇଁ ଏନଓସି ବୟାନ ଦେବା ଲାଗି ୧ କୋଟି ଟଙ୍କା ମାଗିଥିଲେ। ଶେଷରେ ଅଭିଯୁକ୍ତଙ୍କ ଭଉଣୀ ଏ ସମ୍ପର୍କରେ ବୋରିଭଲି କୋର୍ଟରେ ମାମଲା ଦାୟର କରିଥିଲେ। ତଦନ୍ତ ପରେ ଡଲି ମିଥ୍ୟା ଅଭିଯୋଗ ଜରିଆରେ ଉକ୍ତ ଆଇଟ କର୍ମଚାରୀଙ୍କୁ ଜେଲ ପଠାଇଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଡଲିଙ୍କୁ ସହଯୋଗ କରିଥିବା ଅନ୍ୟ ୨ ଜଣଙ୍କୁ ବି ପୁଲିସ ଗିରଫ କରିଛି।
Powered by Froala Editor