ଅଣ ଶିକ୍ଷା କାମ କରିବେନି ଶିକ୍ଷକ
ଏଣିକି ଶିକ୍ଷକମାନେ ଶିକ୍ଷାଦାନ ବ୍ୟତୀତ ଅଣ ଶିକ୍ଷା କାମରେ ନିୟୋଜିତ ହେବେ ନାହିଁ । ଶିକ୍ଷା ଅଧିକାରର ୨୦୦୯ ଆଧାରରେ ଆହ୍ଲାବାଦ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସମସ୍ତ ଅଧିକାରୀ, ଜିଲ୍ଲା ମାଜିଷ୍ଟ୍ରେଟ ଓ ବେସିକ ଏଡୁକେସନ ଅଫିସରଙ୍କୁ ଏ ସମ୍ପର୍କରେ ଉପଯୁକ୍ତ ବିଜ୍ଞପ୍ତି ତୁରନ୍ତ ପ୍ରକାଶ କରିବାକୁ କୋର୍ଟ କହିଛନ୍ତି।
ଶିକ୍ଷକମାନେ ଶିକ୍ଷା କାମ ପାଇଁ ନିଯୁକ୍ତି ପାଇଥାଆନ୍ତି। ହେଲେ ଅନେକ ସମୟରେ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ, ବିଲଡିଂ ନିର୍ମାଣ, ସ୍କୁଲ ଆଉକାଉଣ୍ଟର ପରିଚାଳନା, ଆଧାର କାର୍ଡର ପ୍ରସ୍ତୁତିରେ ସହାୟତା କରିବା, ଭୋଟ ପରିଚୟ ପତ୍ର ଓ ବିଭିନ୍ନ ପ୍ରକାରର ସର୍ଭେ କାମରେ ରାଜ୍ୟ ସରକାର ନିୟୋଜିତ କରିଥାଆନ୍ତି। ଯାହାକି ଶିକ୍ଷାଦାନରେ ବାଧା ସୃଷ୍ଟି କରୁଛି । କୋର୍ଟ କହିଛି, ଶିକ୍ଷକମାନଙ୍କୁ କେବଳ ବିପର୍ଯ୍ୟୟ, ଜନଗଣନା ଓ ସାଧାରଣ ନିର୍ବାଚନ ଭଳି ଅଣଶିକ୍ଷା କାମରେ ନିୟୋଜିତ କରାଯାଇ ପାରିବ। ଶିକ୍ଷା ଅଧିକାର ୨୦୦୯ର ରୁଲ ୨୭ରେ ଶିକ୍ଷକମାନଙ୍କୁ ଅଣ ଶିକ୍ଷା କାମରେ ନିୟୋଜିତ କରାଯାଇ ପାରିବ ନାହିଁ ବୋଲି ପ୍ରାବଧାନ ରହିଛି। ଏସବୁ ବାଦ୍ ଅନ୍ୟ କୌଣସି ଅଣଶିକ୍ଷା କାମରେ ନିୟୋଜିତ କରାଯାଇପାରିବ ନାହିଁ । ଏପରି ହେଲେ ସେମାନେ ନ୍ୟାୟ ମାଗିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ।
Powered by Froala Editor