ମହିଳା ମୃତ, କିନ୍ତୁ ଆକାଉଣ୍ଟକୁ ଆସିଲା ୧୦ ଲକ୍ଷ କୋଟି

ବ୍ୟାଙ୍କର ତ୍ରୁଟି ପାଇଁ ଜଣେ ମୃତ ମହିଳାଙ୍କ ଆକାଉଣ୍ଟରେ ଜମା ହେଲା ୧୦ ଲକ୍ଷ କୋଟି ଟଙ୍କା । ହଁ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ୟୁପି ଓ ବିହାରରେ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଆକାଉଣ୍ଟ୍ଧାରୀଙ୍କ ଆକାଉଣ୍ଟରେ ଲକ୍ଷାଧିକ କୋଟି ଟଙ୍କା ଜମା ହୋଇଥିଲା । ୟୁପିର ନୋଇଡ଼ାରେ ଜଣେ ମୃତ ମହିଳାଙ୍କ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଆକାଉଣ୍ଟ୍ରେ ୧୦ ଲକ୍ଷ ୧ ହଜାର ୩୬୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହେବା ପରେ ମହିଳାଙ୍କ ପୁଅ ତୁରନ୍ତ ବ୍ୟାଙ୍କ୍ରେ ପହଞ୍ଚିଲେ । କିନ୍ତୁ ଏହା ଏକ ବ୍ୟାଙ୍କ ଜନିତ ତ୍ରୁଟି ବୋଲି କୁହାଯାଇଛି ।
ଘଟଣା ଏମିତି କି । ଉଂଚୀ ଦିଦକୌର ଗାଁର ଗାୟତ୍ରୀ ଦେବୀଙ୍କର ଦୁଇ ମାସ ତଳେ ମୃତ୍ୟୁ ହୋଇଥିଲା । ତାଙ୍କ ପୁଅ ଦିଲୀପ ତାଙ୍କ ଆକାଉଣ୍ଟ୍କୁ ଆଟାଚ୍ କରି ୟୁପିଆଇ ବ୍ୟବହାର କରୁଥିଲେ । ଗତ ୩ ତାରିଖ ସେହି ଆକାଉଣ୍ଟ୍ରେ ୧୦ ଲକ୍ଷ ୧ ହଜାର ୩୬୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଥିବା ମେସେଜ୍ ଆସିଲା । ଦିଲୀପ ତୁରନ୍ତ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ର ସ୍ଥାନୀୟ ଶାଖାରେ ପହଞ୍ଚିଲେ । ବ୍ୟାଙ୍କ୍ କର୍ମଚାରୀ ତାଙ୍କ ଆକାଉଣ୍ଟ୍ ଫ୍ରିଜ୍ କରିଦେଇଥିବା କହିଲେ ।
ସେହିପରି, ବିହାର ଜମୁଈର ପାଣି ପାଇପ୍ ଶ୍ରମିକ ଟେନୀ ମାନ୍ଝୀଙ୍କ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଆକାଉଣ୍ଟ୍ରେ ମଧ୍ୟ ୧୦ ଲକ୍ଷ ୧ ହଜାର ୩୫୬ ଲକ୍ଷ କୋଟି ଟଙ୍କା ଜମା ହୋଇଥିଲା । ସେ ନିଜର ଫୋନ୍ ଦେଖିବା ପରେ ଟଙ୍କା ଟ୍ରାନ୍ସଫର୍ କରିବାକୁ ଚେଷ୍ଟା କଲେ । କିନ୍ତୁ ବ୍ୟାଙ୍କ୍ ତାଙ୍କ ଆକାଉଣ୍ଟ୍ ଫ୍ରିଜ୍ କରି ଦେଇଥିଲା । ଗ୍ରେଟର ନୋଇଡ଼ା ପୁଲିସ ଓ ଆୟକର ବିଭାଗ ଅନୁସାରେ, ନଭି ୟୁପିଆଇ ଆପ୍ରେ ବୈଷୟିକ ତ୍ରୁଟି ଯୋଗୁ ଏତେ ରାଶି ଜମା ହୋଇଥିବା ମେସେଜ୍ରେ ଦେଖାଉଛି ।
Powered by Froala Editor