ରେପୋ ହାରରେ ପରିବର୍ତ୍ତନ ନାହିଁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏହା ପୂର୍ବ ଭଳି ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ପରେ ସୁଧ ହାର ଉପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଗତ ଏମପିସି ବୈଠକରେ, ରେପୋ ହାର ୫୦ବେସିସ୍ ପଏଣ୍ଟ (ବିପିଏସ୍) ହ୍ରାସ କରାଯାଇଥିଲା। ଫେବ୍ରୁଆରି ଏବଂ ଏପ୍ରିଲରେ ମଧ୍ୟ ଆରବିଆଇ ରେପୋ ହାର ୨୫-୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା। ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ। ଯେତେବେଳେ ରେପୋ ହାର କମ୍ ଥାଏ, ବ୍ୟାଙ୍କଗୁଡ଼ିକ ପାଇଁ ଋଣ ନେବା ଶସ୍ତା ହୋଇଯାଏ ଏବଂ ସେମାନେ ଗ୍ରାହକମାନଙ୍କୁ କମ ସୁଧ ହାରରେ ଋଣ ଦେଇପାରନ୍ତି।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ନୀତି ରେପୋ ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ସେ କହିଛନ୍ତି ଯେ ମୁଦ୍ରାସ୍ପୀତି ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି । ମୂଳ ମୁଦ୍ରାସ୍ପୀତି ୪ପ୍ରତିଶତରେ ସ୍ଥିର ରହିଥିବା ବେଳେ ଅନେକ ବିକଶିତ ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି ।
Powered by Froala Editor