ଭାରତରେ ପହଞ୍ଚିଲା ୩ଟି ଆପାଚି ଆଟାକ୍ ହେଲିକପ୍ଟର

ପ୍ରଥମ ପର୍ଯ୍ୟାୟରେ ଭାରତରେ ପହଞ୍ଚିଲା ୩ଟି ଆପାଚି ଆଟାକ୍ ହେଲିକପ୍ଟର । ମଙ୍ଗଳବାର ଆପାଚି ଆଟାକ ହେଲିକପ୍ଟରର ପ୍ରଥମ ବ୍ୟାଚ ହିଣ୍ଡନ ଏୟାରବେସରେ ପହଞ୍ଚିଛି। ପ୍ରଥମ ବ୍ୟାଚରେ ଆମେରିକାରୁ ତିନୋଟି ହେଲିକପ୍ଟର ଭାରତରେ ପହଞ୍ଚିଛି।
ଆମେରିକାରୁ ସ୍ବତନ୍ତ୍ର ବିମାନରେ ଆସିଛି ଏହି ଲଢ଼ୁଆ ହେଲିକପ୍ଟର । ଯୋଧପୁର ସୀମାରେ ଏହାକୁ ମୁତୟନ କରାଯିବ । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଆପାଚି ହେଲିକପ୍ଟରକୁ ଆକାଶ ମାର୍ଗରେ ଟ୍ୟାଙ୍କ ବୋଲି କୁହାଯାଏ । ଏବେ ଭାରତୀୟ ସେନାରେ ଆପାଚି ହେଲିକପ୍ଟରର ୨ଟି ସ୍କ୍ବାର୍ଡନ ରହିଛି ।
ସୂଚନାଯୋଗ୍ୟ, ଭାରତୀୟ ସେନା ଏହି ହେଲିକପ୍ଟରକୁ ବହୁତ ଦିନ ଧରି ଅପେକ୍ଷା କରିଥିଲା। ଏହି ହେଲିକପ୍ଟରର ଡେଲିଭରି ଗତ ବର୍ଷ ଜୁନ ମାସରେ ହେବାର ଥିଲା, କିନ୍ତୁ କୋଭିଡ ମହାମାରୀ ଭଳି ସମସ୍ୟା ଯୋଗୁ ଏହାକୁ ଭାରତ ଆଣିବାରେ ଗୋଟିଏ ବର୍ଷ ବିଳମ୍ବ ହୋଇଥିଲା। ଭାରତ ସରକାର ଫେବୃଆରୀ ୨୦୨୦ ରେ ୬ଟି ଆପାଚି AH-64E ଆଟାକ ହେଲିକପ୍ଟର ପାଇଁ ଏକ ଚୁକ୍ତି କରିଥିଲେ। ଏହି ଚୁକ୍ତି ୬୦୦ ମିଲିୟନ ଡଲାର ଅର୍ଥା ପ୍ରାୟ ୫୨୦୦ କୋଟି ଟଙ୍କାରେ କରାଯାଇଥିଲା। ଏହି ଚୁକ୍ତି ଅନୁଯାୟୀ, ଏପର୍ଯ୍ୟନ୍ତ ତିନୋଟି ହେଲିକପ୍ଟର ଭାରତରେ ପହଞ୍ଚିଛି। ଖୁବ ଶୀଘ୍ର ଆଉ ତିନୋଟି ହେଲିକପ୍ଟର ଭାରତକୁ ଯୋଗାଇ ଦିଆଯିବ।
ଯେକୌଣସି ପାଣିପାଗରେ ଆପାଚି ହେଲିକପ୍ଟର ଶତ୍ରୁ ଉପରେ ଆକ୍ରମଣ କରିପାରିବ। ଏଥିରେ ନାଇଟ୍ ଭିଜନ ନାଭିଗେସନ ସିଷ୍ଟମ ରହିଛି । ଏଥିରେ ଅତ୍ୟାଧୁନିକ କମ୍ୟୁନିକେସନ, ନାଭିଗେସନ, ସେନସର ଓ ଅସ୍ତ୍ରଶସ୍ତ୍ର ଲାଗି ପାରିବ ।
Powered by Froala Editor