ଶ୍ରମିକଙ୍କ ପାଇଁ ଲିଫ୍ଟରୁ ଉଦ୍ଧାର ପାଇଲେ ବିଧାୟକମାନେ

ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୩ ଜଣ ବିଧାୟକ ଭସାଇ ଅଞ୍ଚଳର ଏକ ଲିଫ୍ଟରେ ଫସିଯାଇ ଶ୍ୱାସରୁଦ୍ଧ ହୋଇପଡ଼ିଛନ୍ତି। ପୋଲିସ ଆଉ ସାଧାରଣ ଲୋକ ଲିଫ୍ଟକୁ ବହୁ କଷ୍ଟରେ ଖୋଲିବା ପରେ ବିଧାୟକମାନଙ୍କୁ ଉଦ୍ଧାର କରାଯାଇଛି। ବିଧୟକଙ୍କ ଉଦ୍ଧାର କରିବା ପାଇଁ ଲିଫ୍ଟ ସଟର ଭଙ୍ଗାଯାଇଛି।
ଦୃଶ୍ୟ ଦେଖିଲେ ସବୁ କଥା ବୁଝାପଡ଼ିଯାଉଛି। ପୋଲିସ୍ ଆଉ ସାଧାରଣ ଲୋକ ମଧ୍ୟ ଜୋରଦାର୍ ଲାଗିପଡିଛନ୍ତି ଲିଫ୍ଟ୍ ଖୋଲିବା ପାଇଁ। ବହୁ ପରିଶ୍ରମ ପରେ ବିଧାୟକମାନଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଏହି ଲିଫ୍ଟର କ୍ଷମତା ୧୦ ଜଣ ଥିବାବେଳେ ଏଥିରେ ପ୍ରାୟ ୧୫ ଜଣ ଥିଲେ। ସମସ୍ତେ ପାଖାପାଖି ୨୦ ମିନିଟ ଫସି ରହିଥିଲେ। ଲିଫ୍ଟ ଜାମ୍ ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ତେବେ ସେଠାରେ କିଛି ଶ୍ରମିକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
Powered by Froala Editor