ଓବାମାଙ୍କୁ ଟାର୍ଗେଟ କରି AI ଭିଡିଓ ଶେୟାର କଲେ ଟ୍ରମ୍ପ

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ତାଙ୍କ ନିଷ୍ପତ୍ତି ପାଇଁ ନୁହେଁ ବରଂ ତାଙ୍କ ବୟାନ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ଟେସଲା ମାଲିକ ଏଲୋନ ମସ୍କଙ୍କ ସହ ତାଙ୍କର ଖୁବ ଯୁକ୍ତିତର୍କ ହୋଇଥିଲା। ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ପ୍ରବଳ ବିତର୍କ ହୋଇଥିଲା। ଏବେ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ ଓବାମାଙ୍କୁ ନେଇ ଏକ AI ଭିଡିଓ ଶେୟାର କରିଛନ୍ତି। ଏଥିରେ ଓବାମାଙ୍କୁ ହାତକଡି ପିନ୍ଧାଇ ତଳେ ଫିଙ୍ଗି ଦିଆଯାଇଥିବା ଦେଖାଯାଇଛି।
ପ୍ରକୃତରେ, ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ରୁଥରେ AI ଉପରେ ନିର୍ମିତ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଓବାମାଙ୍କୁ ଓଭାଲ ଅଫିସ ଭିତରେ ଗିରଫ କରାଯାଇଥିବା ଦେଖାଯାଇଛି। ଏଫବିଆଇ ଏଜେଣ୍ଟମାନେ ଓବାମାଙ୍କୁ ହାତକଡି ପିନ୍ଧାଇ ତଳେ ଫିଙ୍ଗି ଦେଉଥିବା ଦେଖାଯାଇଛି। ଭିଡିଓରେ ଓବାମାଙ୍କୁ ମଧ୍ୟ କଲର ଧରିଥିବା ଦେଖାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭିଡ଼ିଓ ବିଷୟରେ କୌଣସି ଡିସକ୍ଲାମେର ଦିଆଯାଇ ନାହିଁ ଯେ ଏହା AI ଉପରେ ତିଆରି ଏକ ଭିଡିଓ।
Powered by Froala Editor