ଏୟାର ଇଣ୍ଡିଆ ବିମାନର ୩ଟି ଟାୟାର ଫାଟିଗଲା

ସୋମବାର ଏୟାର ଇଣ୍ଡିଆ ଫ୍ଲାଇଟ୍ AI 2744 A320 (VT-TYA) ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ବେଳେ ୩ଟି ଟାୟାର ଫାଟିଯାଇଥିଲା । ପ୍ରବଳ ବର୍ଷା ଯୋଗୁ ହୋଇଥିବା ଏହି ଦୁର୍ଘଟଣାରେ ବିମାନର ତିନୋଟି ଟାୟାର ଫାଟି ଯାଇଛି। ଆଶ୍ୱସ୍ତିର କଥା ହେଉଛି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ଏହି ବିମାନଟି କେରଳର କୋଚିରୁ ମୁମ୍ବାଇ ଆସୁଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, ଖରାପ ପାଗ ଯୋଗୁଁ ଅବତରଣ ପରେ କିଛି ସମୟ ମଧ୍ୟରେ ବିମାନଟି ରନୱେରୁ ବାହାରକୁ ଯାଇଥିଲା। ଅବତରଣ ସମୟରେ ବିମାନର ତିନୋଟି ଟାୟାର ଫାଟିଯାଇଥିଲା ଏବଂ ବିମାନର ଇଞ୍ଜିନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ତଥାପି ବିମାନଟି ନିରାପଦରେ ଟର୍ମିନାଲ ଗେଟ୍ରେ ପହଞ୍ଚି ପାରିଥିଲା । ଏୟାରଲାଇନ୍ସ ସୁରକ୍ଷିତ ଭାବରେ ଗେଟ ନିକଟକୁ ଟାକ୍ସି କରିଥିଲା ଏବଂ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ବିମାନରୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। କେହି ଆହତ ହୋଇଥିବାର କୌଣସି ଖବର ନାହିଁ।
ବିମାନଟିକୁ ଯାଞ୍ଚ ପାଇଁ ରଖାଯାଇଛି। ଯାତ୍ରୀ ଏବଂ କ୍ରୁଙ୍କ ସୁରକ୍ଷା ଆମର ପ୍ରମୁଖ ଅଗ୍ରାଧିକାର ବୋଲି ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏମରଜେନ୍ସୀ ଟିମଗୁଡ଼ିକ ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି।
Powered by Froala Editor