ୟୁଏଇ ଫ୍ଲାଟରୁ ମିଳିଲା ମହିଳାଙ୍କ ମୃତଦେହ

ୟୁଏଇ ଫ୍ଲାଟ୍ରେ ଶନିବାର ଜଣେ କେରଳ ମହିଳାଙ୍କ ମୃତଦେହ ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି କୋଲ୍ଲମର ରାଜଶେଖରନ ପିଲ୍ଲାଇ ଓ ତୁଲସୀବାଇଙ୍କ ଝିଅ ଅତୁଲ୍ୟା। ସେ କେରଳର ବାସିନ୍ଦା ହୋଇଥିବା ବେଳେ ସେ ତାଙ୍କ ସ୍ବାମୀ ସତୀଶଙ୍କ ସହିତ ୟୁଏଇରେ ରହୁଥିଲେ। ଗତ ଶନିବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ ମହିଳାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ହତ୍ୟା କରାଯାଇଛି। ଯୌତୁକଜନୀତ ନିର୍ଯାତନା ପରେ ହତ୍ୟା ଅଭିଯୋଗ ହୋଇଛି।
ଅତୁଲ୍ୟାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସତୀଶ ମଦ୍ୟପ ଥିଲେ ଓ ପ୍ରାୟତଃ ତାଙ୍କ ଝିଅଙ୍କୁ ମାରପିଟ କରୁଥିଲେ। ଥରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା ଯୋଗୁଁ ମୁଁ ତାଙ୍କୁ ଘରକୁ ଫେରାଇ ଆଣିବାକୁ ଯୋଜନା କରୁଥିଲି। କିନ୍ତୁ ସତୀଶ କ୍ଷମା ମାଗିଥିଲେ ଓ ମୋ ଝିଅ ତାଙ୍କୁ କ୍ଷମା କରିଦେଉଥିଲା। ମହିଳାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ସତୀଶ ତାଙ୍କୁ ୧୮ ରୁ ୧୯ ଜୁଲାଇ ମଧ୍ୟରେ ଗଳା କାଟି ଦେଇଥିଲେ। ତାଙ୍କ ପେଟକୁ ଲାତ ମାରିଥିଲେ ଏବଂ ତାଙ୍କ ମୁଣ୍ଡକୁ ଏକ ପ୍ଲେଟରେ ଆଘାତ କରିଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି।
ଜାଣିବାକୁ ମିଳିଛି ଯେ ୨୯ ବର୍ଷୀୟା ଅତୁଲ୍ୟା ଶେଖର ୨୦୧୪ ମସିହାରେ କେରଳର କୋଲ୍ଲମର ବାସିନ୍ଦା ସତୀଶଙ୍କ ସହ ବିବାହ କରିଥିଲେ। ହେଲେ ପୁଅ ପକ୍ଷ ଲୋକ କୁଆଡ଼େ ବାରମ୍ବାର ମହିଳା ଯୌତୁକ ନିର୍ଯାତନା ଦେଉଥିଲେ। ଯଦିଓ ସେମାନେ ଏକ ବାଇକ ଓ ସୁନା ଦେଇଥିଲେ। ଯୌତୁକ ଦାବି ନେଇ ତାଙ୍କୁ ବର୍ଷ ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା।
Powered by Froala Editor