ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୧ ମୃତ

ଢାକା: ସୋମବାର ଦ୍ଵିପ୍ରହର ସମୟରେ ବାଂଲାଦେଶ ବାୟୁସେନାର F7 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଢାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜ ପରିସରରେ ବିମାନଟି ଖସିପଡ଼ି କଲେଜ ବିଲ୍ଡିଂରେ ଧକ୍କା ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
ଅଧିକାରୀଙ୍କ କହିବାନୁସାରେ, ବିମାନଟି ଦିନ ପ୍ରାୟ ୧:୦୬ରେ ଉଡ଼ାଣ ଭରିଥିଲା । ଏହାର ତୁରନ୍ତ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବା ପାଇଁ ଆଠଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।
Powered by Froala Editor