ଏଏସ୍ଆଇ ପ୍ରେମିକାଙ୍କୁ ହତ୍ୟା କଲେ ସିଆରପିଏଫ୍ କନଷ୍ଟେବଳ

ନୂଆଦିଲ୍ଲୀ: ଗୁଜରାଟର କଚ୍ଛ ଜିଲାରେ ଜଣେ ସିଆରପିଏଫ୍ କନଷ୍ଟେବଳ ପ୍ରେମିକାଙ୍କୁ ହତ୍ୟା କରିବାପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ ଦିଲୀପ ଡାଙ୍ଗଛିଆ ନାମକ ଏହି ଅଭିଯୁକ୍ତ ସିଆରପିଏଫ୍ କନଷ୍ଟେବଳ ଭାବେ ମଣିପୁରରେ କାର୍ଯ୍ୟ କରୁଥିବାବେଳେ ଅଞ୍ଜାର ଥାନାର ମହିଳା ଏଏସ୍ଆଇ ଅରୁଣାବେନ ଯାଦଭଙ୍କୁ ପ୍ରେମ କରୁଥିଲେ। ଶୁକ୍ରବାର ରାତିରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅରୁଣା ତାଙ୍କ ଶାଶୂଙ୍କ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଦିଲୀପ ଅରୁଣାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ।
Powered by Froala Editor